ପୂର୍ବତନ ସେସୁ ଉପମହାପ୍ରବନ୍ଧକଙ୍କୁ ବର୍ଷେ ଜେଲ୍

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଭୁବନେଶ୍ବର : ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ପୂର୍ବତନ ସେସୁ ଉପମହାପ୍ରବନ୍ଧକ ଦାମୋଦର ଦାସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ବରର ସ୍ବତନ୍ତ୍ର ଅଦାଲତ ମାମଲାର ଶୁଣାଣି କରି ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧)(ଇ)ରେ ବର୍ଷେ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ଅଧିକ ୩ମାସ ଜେଲ୍‌ଦଣ୍ଡ ଭୋଗ କରିବାକୁ ପଡ଼ିବ।

୨୦୦୮ ମସିହା ଡିସେମ୍ବର ୨୯ ତାରିଖରେ ଶ୍ରୀ ଦାସଙ୍କ କାର୍ଯ୍ୟାଳୟ, ଘର ଓ ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଆୟଠାରୁ ଅଧିକ ଟଙ୍କା ଓ ସଂପତି ଗଚ୍ଛିତ କରିଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ୧୪ବର୍ଷ ପରେ ତାଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe