ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗ: ସେବାୟତ ଗିରଫ

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଭୁବନେଶ୍ବର : ପର୍ଯ୍ୟଟକଙ୍କୁ ଅସଦାଚରଣ ଓ ଜବରଦସ୍ତ ଟଙ୍କା ଆଦାୟ କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ମନ୍ଦିରର ଜଣେ ସେବାୟତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଶ୍ରୀଲିଙ୍ଗରାଜ ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ୍‌କୁ ପଠାଇ ଦିଆଯାଇଛି। ଗିରଫ ସେବାୟତ ହେଲା, ପୁରୁଣା ଭୁବନେଶ୍ବର ତିନିମୁଣ୍ଡିଆ ଛକ ଅଞ୍ଚଳର ଶାନ୍ତନୁ ପଣ୍ଡା(୨୮)। ସୂଚନାନୁସାରେ, ଅଭିଯୁକ୍ତ ଶାନ୍ତନୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ହଇରାଣ କରିବା ସହ ଜୋରଜବରଦସ୍ତ କରି ବେଆଇନ ଭାବେ ଟଙ୍କା ଆଦାୟ କରୁଥିଲା। ଟଙ୍କା ଦେବାକୁ ମନା କରୁଥିବା ଶ୍ରଦ୍ଧାଳୁଙ୍କୁ ସେ ଖରାପ ବ୍ୟବହାର କରି ତାଙ୍କଠାରୁ ଟଙ୍କା ଛଡ଼ାଇ ଆଣୁଥିଲା। ଏହାସହ ଜଣେ ମହିଳାଙ୍କୁ ମଧ୍ୟ ଅସଦାଚରଣ କରିଥିବା ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe