ଏକାମ୍ର ବାଲିଯାତ୍ରା ମହୋତ୍ସବର ସପ୍ତମ ସନ୍ଧ୍ୟା: ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ବାଲିଅନ୍ତା ବ୍ଲକ ବ‌ାଙ୍କୁଆଳସ୍ଥିତ କୁଆଖାଇ ନଦୀପଠାରେ ଚାଲିଥିବା ଏକାମ୍ର ବାଲିଯାତ୍ରା ମହୋତ୍ସବର ସପ୍ତମ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସାଇଶ୍ରୁତି କଳାକେନ୍ଦ୍ର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା।

fshffhxvbxv

ବାଲିଅନ୍ତା: ବାଲିଅନ୍ତା ବ୍ଲକ ବ‌ାଙ୍କୁଆଳସ୍ଥିତ କୁଆଖାଇ ନଦୀପଠାରେ ଚାଲିଥିବା ଏକାମ୍ର ବାଲିଯାତ୍ରା ମହୋତ୍ସବର ସପ୍ତମ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସାଇଶ୍ରୁତି କଳାକେନ୍ଦ୍ର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ରାଜଶ୍ରୀ ଜେନାଙ୍କ ନୃତ୍ୟ ସଂଯୋଜନାରେ ପରିବେଷିତ କାଳିତାଣ୍ଡବ ଦଶାବତାର, ଚନ୍ଦନ ଚର୍ଚ୍ଚିତ ଦଳଗତ ଓଡ଼ିଶୀ ନୃତ୍ୟ ଦର୍ଶକମାନଙ୍କୁ ବିଭୋର କରିଥିଲା। 

ସେହିପରି ପୁରୁଣା ଭୁବନେଶ୍ବର ଅଞ୍ଚଳର ଅର୍ଜୁନେଶ୍ବର କଳାକେନ୍ଦ୍ର ସମ୍ବଲପୁରୀ ନୃତ୍ୟରେ ଡାଲଖାଇ, ରଙ୍ଗବତୀ, ମାଇଲାଜଡ଼ ଆଦି ଦର୍ଶକମାନଙ୍କୁ ବିମୋହିତ କରିଥିଲା। ସାଇକ୍ରିଷ୍ଣା ପାତ୍ର ନୃତ୍ୟ ଅନୁଷ୍ଠାନର କଳାକାରମାନେ ବିଭିନ୍ନ ଆଧୁନିକ ନୃତ୍ୟ ଦର୍ଶକମାନଙ୍କୁ ଉଲ୍ଲସିତ କରିଥିଲା। ଇଞ୍ଜିନିୟର ଡ. ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ବର ବ୍ଲକ୍‌ ଅଧ୍ୟକ୍ଷା ନିରୂପମା ସାହୁ, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ମଧୁସ୍ମିତା ପ୍ରଧାନ ରାଣା ପ୍ରତାପ ପାତ୍ର, ପ୍ରତାପ ଜେନା, ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ପ୍ରକାଶ ସିଂହ, ମନୋଜ ପଟ୍ଟନାୟକ, ସୁରେନ୍ଦ୍ର ପ୍ରଧାନ, ପ୍ରସନ୍ନ ସିଂହ, ବିଜୟ ସାହୁ, ବିନ୍ଧୁ ଶେଖର ସୁବୁଦ୍ଧି, ସୁରେନ୍ଦ୍ର ଜେନା, ରଶ୍ମି ମହାପାତ୍ର, ଦୁଃଶାସନ ନରେନ୍ଦ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ତିମ ପର୍ଯ୍ୟାୟରେ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ କଣ୍ଠ ସଙ୍ଗୀତ ଓ ପପୁ ପମ ପମଙ୍କ ହାସ୍ୟ ଅଭିନୟ କାର୍ଯ୍ୟକ୍ରମକୁ ଅଧିକ ରଙ୍ଗୀନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe