Sewage on the road: ରାସ୍ତାରେ ବର୍ଜ୍ୟଜଳ: ସାଢ଼େ ୪ମାସ ହେଲା ବାଟ ବନ୍ଦ, ହାତ ଟେକିଦେଲେ କର୍ପୋରେଟର୍‌

ବର୍ଷା ଛାଡ଼ିବା ପରେ ମଧ୍ୟ ଫୁଲେଶ୍ବରୀବସ୍ତିର ଦୁରବସ୍ଥା ଯାଉନି। ସାଢ଼େ ୪ମାସରୁ ଅଧିକ ସମୟ ଧରି ବସ୍ତି ମୁଣ୍ଡରେ ବର୍ଜ୍ୟଜଳ ନଷ୍କାସିତ ନହୋଇ ଜମି ରହିଛି। ବର୍ଷା ପାଣି ନିଷ୍କାସନ ଲାଗି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ ଅସ୍ବାସ୍ଥ୍ୟକର ତଥା ଦୁର୍ଗନ୍ଧମୟ ପରିବେଶରେ ବସ୍ତିବାସିନ୍ଦା ଦିନ କାଟୁଛନ୍ତି।

sfhhfffhfh

ଖଣ୍ଡଗିରି: ବର୍ଷା ଛାଡ଼ିବା ପରେ ମଧ୍ୟ ଫୁଲେଶ୍ବରୀବସ୍ତିର ଦୁରବସ୍ଥା ଯାଉନି। ସାଢ଼େ ୪ମାସରୁ ଅଧିକ ସମୟ ଧରି ବସ୍ତି ମୁଣ୍ଡରେ ବର୍ଜ୍ୟଜଳ ନଷ୍କାସିତ ନହୋଇ ଜମି ରହିଛି। ବର୍ଷା ପାଣି ନିଷ୍କାସନ ଲାଗି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ ଅସ୍ବାସ୍ଥ୍ୟକର ତଥା ଦୁର୍ଗନ୍ଧମୟ ପରିବେଶରେ ବସ୍ତିବାସିନ୍ଦା ଦିନ କାଟୁଛନ୍ତି। ପାଣି ଜମିରହିବା ଫଳରେ ବସ୍ତିରୁ କଳିଙ୍ଗବିହାରକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ବନ୍ଦ ରହିଛି।

୪୯ନମ୍ବର ୱାର୍ଡ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ବସ୍ଥ ଏହି ବସ୍ତିରେ ୫ହଜାରରୁ ଅଧିକ ଲୋକ ରହୁଛନ୍ତି। ଜବରଦଖଲ କାରଣରୁ ଏହାର ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ତେଣୁ ଡ୍ରେନ୍‌ ନଥିବା ତଥା ନିର୍ଦ୍ଦିଷ୍ଟ ପ୍ଲାନିଂ ଅନୁଯାୟୀ ବସ୍ତିଘର ନିର୍ମାଣ ନହେବା ଫଳରେ ବର୍ଜ୍ୟଜଳ ରାସ୍ତାରେ ଲହଡ଼ି ମାରୁଛି। ବସ୍ତିର ଶେଷମୁଣ୍ଡ ତଥା କଳିଙ୍ଗବିହାରକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରାୟ ୫୦ମିଟର ରାସ୍ତାରେ ବର୍ଜ୍ୟଜଳ ଜମି ରହି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ଯେ ଗାଡ଼ି ଭର୍ତ୍ତି କଲେ ଗାଡ଼ିରେ ପାଣି ପଶି ଖରାପ ହୋଇଯାଉଛି।

୫୦ ମିଟର ରାସ୍ତା ପାଇଁ
ବୁଲିବାକୁ ପଡ଼ୁଛି ତିନି କିମି
ହାତ ଟେକିଦେଲେ କର୍ପୋରେଟର୍‌

ଏହି ସ୍ଥ‌ାନରେ ଆବର୍ଜନା ଓ ବର୍ଜ୍ୟଜଳ ଜମି ରହିବା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃ‌ଷ୍ଟି ହୋଇଛି। ଫଳରେ କଳିଙ୍ଗବିହାର ଯିବା ପାଇଁ ୩ କିଲୋମିଟର ବୁଲି କରି ପାତ୍ରପଡ଼ା ଶନିମନ୍ଦିର ଅଣ୍ଡର୍‌ପାସ୍‌-ରେଗାଲିଆ ଛକ ଦେଇ କଳିଙ୍ଗବିହାର ଯିବାକୁ ପଡ଼ୁଛି। ଆଉକିଛି ଲୋକ ବିପଜ୍ଜନକ ଭାବେ ଏହି ରାସ୍ତାକୁ ପାଣି ଭିତରେ ଅଣ୍ଡାଳି ଅଣ୍ଡାଳି ପାରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ପ୍ରତିଦିନ ଶିଶୁମାନେ ବିଦ୍ୟାଳୟକୁ ଯାଉଥିଲା ବେଳେ ସେମାନଙ୍କର ଗୋଡ଼ ଖସି ଅଘଟଣ ଘଟିବାର ଆଶଙ୍କା ରହିଛି। ଦିନଦିନ ଧରି ପାଣି ଜମି ରହିବା ଫଳରେ ଚର୍ମରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି।

ଏ ସମ୍ପର୍କରେ ଅଭିଯୋଗ ପରେ ସ୍ଥାନୀୟ ଜନପ୍ରତିନିଧି ହାତ ଟେକି ଦେଇଛନ୍ତି। ୪୯ ନମ୍ବର ୱାର୍ଡ କର୍ପୋରେଟର୍‌ ସଂଯୁକ୍ତା ସୁନ୍ଦରାୟ କହିଛନ୍ତି ଯେ ଏହି ବର୍ଜ୍ୟ ଜଳ ନିଷ୍କାସନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ନିର୍ଦ୍ଦିଷ୍ଟ ଯୋଜନା ମୁତାବକ ବସ୍ତିର ଘରଗୁଡ଼ିକ ନିର୍ମାଣ ହୋଇନଥିବା କାରଣରୁ ଏଠାରେ ଡ୍ରେନ୍‌ ନିର୍ମାଣ ହୋଇପାରୁନାହିଁ। ବସ୍ତିର ପାଣି ଜମୁଥିବା ଅଞ୍ଚଳରେ ବିଭିନ୍ନ ଘରୋଇ ଜମି ରହିଥିବାରୁ ଜଳ ନିଷ୍କାସନ ପାଇଁ ବାଟ ବାହାରିପାରୁନାହିଁ। ବର୍ଷା ଛାଡ଼ିବା ସମୟରେ ଦମକଳ ଗାଡ଼ି ଲଗାଇ ଏହି ପାଣିକୁ ନିଷ୍କାସନ ପାଇଁ ଯୋଜନା ହୋଇଥିଲା। ମାତ୍ର କିଛି ଦୁର୍ବୃତ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବାରୁ ଏହା ସମ୍ଭବ ହୋଇନଥିଲା। ଅନୁରୂପ ଭାବେ ବର୍ଜ୍ୟଜଳ ନିଷ୍କାସନ ପାଇଁ ବସ୍ତିରୁ କଳିଙ୍ଗବିହାରସ୍ଥିତ ନାଳକୁ ଏକ ଛୋଟ ନାଳ ସଂଯୋଗ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe