କଳିଙ୍ଗ ଷ୍ଟୁଡିଓ ଛକ-ସମ୍‌ ହସ୍ପିଟାଲ ରାସ୍ତାରେ ନର୍ଦ୍ଦମା ପାଣି: ଧାରଣାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

Advertisment

କଳିଙ୍ଗ ଷ୍ଟୁଡିଓ ଛକଠାରୁ ସମ୍‌ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତାରେ ନର୍ଦ୍ଦମା ପାଣି ଲହଡ଼ି ମାରିବା ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ବର୍ଷବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲା ବେଳେ...

କଳିଙ୍ଗ ଷ୍ଟୁଡିଓ ଛକଠାରୁ ସମ୍‌ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତାରେ ନର୍ଦ୍ଦମା ପାଣି ଲହଡ଼ି ମାରିବା ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ବର୍ଷବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲା ବେଳେ...

hhfhfbvbv

ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓ ଛକଠାରୁ ସମ୍‌ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତାରେ ନର୍ଦ୍ଦମା ପାଣି ଲହଡ଼ି ମାରିବା ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ବର୍ଷବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲା ବେଳେ ଏହାର ସମାଧାନ ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ପୂର୍ତ୍ତ-ବିଏମ୍‌ସି କଳିରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ପୂର୍ତ୍ତ ବିଭାଗ ବିଜେପି ସରକାରଙ୍କ ପାଖରେ ରହିଥିଲା ବେଳେ ବିଜେଡି ହାତରେ ବିଏମ୍‌ସି ରହିଛି। ବିଜେପି ଓ ବିଜେଡି କଳିରେ ସାଧାରଣ ଲୋକ ବଳି ପଡ଼ୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ଆଜି ଆବର୍ଜନା ଭର୍ତ୍ତି ପାଣିରେ ପଶି ଛାତ୍ର କଂଗ୍ରେସ କର୍ମୀମାନେ ସରକାର ବିରୋଧୀ ନାରାବାଜି କରିବା ସହିତ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ଲାଗି ଦାବି କରିଛନ୍ତି।

ସୂଚନା ଅନୁଯାୟୀ, କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍‌ ହସ୍ପିଟାଲ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାର ରାଷ୍ଟ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ସମ୍ମୁଖରେ ବର୍ଷ ବର୍ଷ ଧରି ନଳା ପାଣି ଜମିରହୁଛି। ଲକ୍ଷ୍ମୀବିହାର, ଜୟଦୁର୍ଗାନଗର ଓ ଭରତପୁର ଆଦି ଅଞ୍ଚଳର ଡ୍ରେନ୍‌ ଆସି ଏହି ସ୍ଥାନରେ ପୂର୍ତ୍ତବିଭାଗ ନାଳ ସହିତ ମିଶିଛି। ଏହା ଦ୍ବାରା ପୂର୍ତ୍ତ ବିଭାଗର ନାଳ ଜାମ୍‌ ହୋଇ ରାସ୍ତା ଉପରେ ଆବର୍ଜନା ପାଣି ଭାସୁଛି। ୧୧କୋଟି ଟଙ୍କା ବ୍ୟୟ ବରାଦରେ ଏଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍‌ ନିର୍ମାଣ କଚ୍ଛପ ଗତିରେ ଚାଲିଛି। ଅନୁରୂପ ଭାବେ ବିଏମ୍‌ସି ପକ୍ଷରୁ ଏହି ଡ୍ରେନ୍‌କୁ ନିୟମିତ ସଫା କରାଯିବା କଥା, ମାତ୍ର ସେପରି କରାନଯିବା ଫଳରେ ଅଞ୍ଚଳବାସୀ ପୂତିଗନ୍ଧମୟ ପରିବେଶରେ କାଳାତିପାତ କରୁଛନ୍ତି। ଆଜି ଛାତ୍ର କଂଗ୍ରେସର କର୍ମକର୍ତ୍ତା‌ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ସମ୍ମୁଖ ରାସ୍ତାରେ ନଳାପାଣି ଉପରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଆଗକୁ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି।

ଏ ସମ୍ପର୍କ‌ରେ ଛାତ୍ର କଂଗ୍ରେସର ପୂର୍ବତନ ଉପସଭାପତି ସିଦ୍ଧାନ୍ତ ଓମ୍‌ପ୍ରକାଶ କହିଛନ୍ତି, ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ଏହି ରାସ୍ତାରେ ବହୁଦିନ ଧରି ପାଣି ଜମିବା‌ ଏବଂ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା ନହେବା ଏହାର ପ୍ରମାଣ। ଅଧିକ ପାଣି ଜମିଲେ ଲୋକ ଦେଖାଣିଆ ଭାବେ ଟ୍ୟାଙ୍କର ଲଗାଇ ପାଣି ନିଷ୍କାସନ କରାଯାଉଛି। ମାତ୍ର ସ୍ଥାୟୀ ସମାଧାନ କରାଯିବା ନେଇ ଗୁରୁତ୍ବ ଦିଆଯାଉ ନଥିବା ସେ କହିଛନ୍ତି। ସେହିପରି ଛାତ୍ର ନେତା ଦେବଦତ୍ତ ଦାସ କହିଛନ୍ତି, ରାଜ୍ୟର ଉନ୍ନତି କ୍ଷେତ୍ରରେ ସରକାର ଆଖିବୁଜି ଦେଇଛନ୍ତି। ମାସମାସ ଧରି ଲୋକେ ମଇଳା ପାଣିଦେଇ ଯା’ଆସ କରୁଛନ୍ତି। ମାତ୍ର ପୂର୍ତ୍ତ ବିଭାଗ କିମ୍ବା ବିଏମ୍‌ସି ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଉନାହାନ୍ତି। ଏହା ଡବଲ୍‌ ଇଞ୍ଜିନ୍‌ ସରାକାରଙ୍କ ଉନ୍ନତି ବୋଲି ତାଚ୍ଛଲ୍ୟ କରି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe