ଉଛୁଳିଲାଣି ସ୍ବେରେଜ୍‌ ଲାଇନ୍

Advertisment
ଉଛୁଳିଲାଣି ସ୍ବେରେଜ୍‌ ଲାଇନ୍

ଭୁବନେଶ୍ବର : ମୌସୁମୀର ପ୍ରଥମ ବର୍ଷା ପରେ ରାଜଧାନୀରେ ସ୍ବେରେଜ୍ ଲାଇନ୍ ଉଛୁଳିଲାଣି। ବହୁ ସ୍ଥାନରେ ମ୍ୟାନହୋଲ୍‌ରୁ ଆବର୍ଜନା ପାଣି ବାହାରି ରାସ୍ତାରେ ଭାସିଲାଣି। ଏବେଠୁ ସ୍ଥିତି ଏମିତି ହୋଇଥିବା ବେଳେ ଆଗକୁ ସ୍ଥିତି କ’ଣ ହେବ ତାହା ଏବେଠୁ ଆକଳନ କରିହେଲାଣି। କିଛି ବର୍ଷ ହେଲା ରାଜଧାନୀବାସୀଙ୍କୁ ବର୍ଷା ଜଳ ଯେତିକି କଷ୍ଟ ଦେଉନି, ତାହାଠାରୁ ବହୁ ଗୁଣା କଷ୍ଟ ଦେଉଛି ସ୍ବେରେଜ୍ ଲାଇନ୍‌ରୁ ଉଛୁଳି ବାହାରୁଥିବା ବର୍ଜ୍ୟ ଜଳ। ସ୍ବେରେଜ୍ ବୋର୍ଡ ଆଜି ପର୍ଯ୍ୟନ୍ତ ଗୋଟିଏ ବି ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିପାରି ନଥିବା ବେଳେ ମ୍ୟାନହୋଲ୍‌ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ହୋଇଥିବାରୁ ବର୍ଷାଜଳ ପଶି ଏହା ଉଛୁଳୁଛି। ଯାହା ରାଜଧାନୀବାସୀଙ୍କ ଦୁଃଖ ବଢ଼ାଉଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe