Representational image esakal.com
ଭୁବନେଶ୍ବର : କଳିଙ୍ଗ ବିହାର କେ-୨ସ୍ଥିତ ହିମାବତୀ ପ୍ୟାଲେସ୍ରେ ଥିବା ଓୟୋ ହେଟେଲରୁ ସେକ୍ସ ରାକେଟ୍ ଧରାପଡ଼ିବା ପରେ ଏହାକୁ ପୁଲିସ ସିଲ୍ କରିଛି। ତେବେ ମାଲିକ ସଂଗ୍ରାମ ସିଂହ ବାବଦରେ ବହୁ ତଥ୍ୟ ପୁଲିସ ହାତରେ ଲାଗିଛି। ଅନ୍ଲାଇନ୍ରେ ରୁମ୍ ବୁକିଂ ପରେ ହୋଟେଲ୍ ମାଲିକ ସଂଗ୍ରାମ ସ୍ବତନ୍ତ୍ର ଭାବେ ରୁମ୍କୁ ରିଜର୍ଭ କରି ରଖୁଥିଲେ। ଏହାର ଆଖପାଖ ରୁମ୍କୁ ବୁକିଂ ଥିବା ଦେଖାଇ ଉକ୍ତ ଫ୍ଲୋର୍ରେ ଅନ୍ୟ କୌଣସି ବୁକିଂ ରଖୁନଥିଲେ। ଆଉ ଏହାପରେ ରାତିରେ ଉକ୍ତ ହୋଟେଲ୍ରେ ବଡ଼ ବଡ଼ ଦାମୀ କାର୍ ଲାଗୁଥିଲା ଏବଂ ରାତିତମାମ୍ ଚାଲୁଥିଲା ମଉଜ ମସ୍ତି। ମାତ୍ର ବାହାର ଜିଲ୍ଲାରୁ ଭୁବନେଶ୍ବର ବୁଲିବାକୁ ଆସିଥିବା ଏକ ଦମ୍ପତି ରାତିରେ ରହିବା ସମୟରେ ଘଟଣା ସଂପର୍କରେ ଜାଣିଥିଲେ। ଆଉ ଏନେଇ ଭରତପୁର ପୁଲିସକୁ ଜଣାଇଥିଲେ। ପୁଲିସ ଚଢ଼ଉ କରି ସେକ୍ସ ରାକେଟ୍ରେ ସଂପୃକ୍ତ ୮ ବଙ୍ଗୀୟ ଯୁବତୀ ଓ ୨ ଗ୍ରାହକଙ୍କୁ ଗିରଫ କରିଥିଲା। ଅପରପକ୍ଷରେ ହୋଟେଲ୍ରେ ଚଢ଼ଉ ହେବା ଖବର ପାଇ ମାଲିକ ସଂଗ୍ରାମ ଫେରାର୍ ହୋଇଯାଇଥିଲା।
/sambad/media/post_attachments/wp-content/uploads/2021/09/bharatpur-1.jpg)
ମିଳିଥିବା ଖବର ମୁତାବକ, ସଂଗ୍ରାମ କୋଲକାତାରୁ ଯୁବତୀଙ୍କୁ ଆଣି ଏଠାରେ ଦେହ ବେପାର କରୁଥିଲା। ଯେହେତୁ ନିଜେ ହୋଟେଲ୍ ଖୋଲିଥିଲା ଏବଂ ବୁକିଂକୁ ନେଇ ନିଜେ ସାଇଟ୍ରେ ଅପଡେଟ୍ କରୁଥିଲା, ସେଥିପାଇଁ ଏନେଇ ଘଟଣା ସଂପର୍କରେ କେହି ଟେର୍ ପାଉନଥିଲେ। ଅପରପକ୍ଷରେ ପୁଲିସ ୮ ରୂପଜୀବୀଙ୍କୁ ଜଟଣୀସ୍ଥିତ ସ୍ବଧାର ଗୃହକୁ ପଠାଇଥିବା ବେଳେ ଘଟଣାସ୍ଥଳରୁ କାର୍, ୨ଟି ବାଇକ୍, ୧୦ଟି ମୋବାଇଲ୍ ଓ ଟଙ୍କା ଜବତ କରିଛି।
Follow Us