ଲକ୍ଷ୍ମୀସାଗର ଅଞ୍ଚଳରୁ ସେକ୍ସ ରୢାକେଟ୍ ଠାବ: ୨ ଦେହଜୀବୀ ଉଦ୍ଧାର, ୩ ଅଟକ

ଲକ୍ଷ୍ମୀସାଗର ଅଞ୍ଚଳରୁ ସେକ୍ସ ରୢାକେଟ୍ ଠାବ: ୨ ଦେହଜୀବୀ ଉଦ୍ଧାର, ୩ ଅଟକ

www.thehansindia.com

ଭୁବନେଶ୍ବର: ରାଜଧାନୀରେ ପ୍ରାୟ ଦେଢ଼ ବର୍ଷ ପରେ ଏକ ସେକ୍ସ ରୢାକେଟ୍ ଧରାପଡ଼ିଛି। ଆଜି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରୁ ଏହି ସେକ୍ସ ରୢାକେଟ୍‌କୁ ପୁଲିସ ଠାବ କରିଛି। ଦୁଇଜଣ ଦେହଜୀବୀ ଉଦ୍ଧାର ହୋଇଥିବା ବେଳେ ତିନି ଜଣଙ୍କୁ ପୁଲିସ୍‌ ଅଟକ ରଖିଛି। ସେମାନଙ୍କଠାରୁ ମୋବାଇଲ ଫୋନ୍ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏ ସମ୍ପର୍କରେ ପୁଲିସ ଅଧିକ କିଛି କହିବାକୁ ମନା କରିଦେଇଛି।

ଉଲ୍ଲେଖଯୋଗ୍ୟ, ରାଜଧାନୀରେ ଦୀର୍ଘଦିନ ହେଲା ଏହି ସେକ୍ସ ରୢାକେଟ୍ ଚାଲୁଥିଲା। କିନ୍ତୁ ପୁଲିସ ହାତରେ ଧରାପଡ଼ୁ ନ ଥିଲା। କଟକରୋଡ ଅଞ୍ଚଳରେ ଦୁଇ ଜଣ ଦେହ ଦଲାଲ୍ ଏହି ରୢାକେଟ୍ ଚଳାଇ ଆସୁଥିଲେ। ଏ ନେଇ ଥାନାରେ ଅଭିଯୋଗ ପହଞ୍ଚି ଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଆଜି ପୁଲିସ ଚଢ଼ଉ କରି ଏହି ରୢାକେଟ୍‌କୁ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe