ସଚିବାଳୟ ସାମ୍ନାରେ ଦେହ ବେପାର

Advertisment
ସଚିବାଳୟ ସାମ୍ନାରେ ଦେହ ବେପାର

ଭୁବନେଶ୍ୱର: ଲୁଚାଛପା ନୁହେଁ, ରାଜରାସ୍ତାରେ ଖୁଲାମଖୁଲା ବିକ୍ରି ହେଉଛି ଦେହ। ଅନ୍ଧାରିଆ ନୁହେଁ ବରଂ ଉଦୁଉଦିଆ ଖରା ବେଳେ ଚାଲିଛି ଏପରି କୁତ୍ସିତ ବେପାର। ମାଳିସାହି କି କୌଣସି ସନ୍ଦିଗ୍ଧ ସ୍ଥାନ ନୁହେଁ, ଖୋଦ ସଚିବାଳୟ ସମ୍ମୁଖରେ ଗ୍ରାହକଙ୍କ ସହ ମୂଲଚାଲ କରୁଛନ୍ତି ଦେହଜୀବୀ। ରାଜ୍ୟ ପ୍ରଶାସନର ମୁଖଶାଳା ନିକଟରେ ପହରା ଦେଉଥିବା ଆଇନକାନୁନର ମାଳମାଳ ମଙ୍ଗୁଆଳଙ୍କୁ ଚକ୍‌ମା ଦେଇ ଏପରି କାର୍ଯ୍ୟରେ ଲିପ୍ତ ହେଉଛନ୍ତି କିଛି ଦେହଜୀବୀ। ଗ୍ରାହକମାନଙ୍କ ସହ ବିନା ଦ୍ୱିଧାରେ ମୂଲଚାଲ କରୁଛନ୍ତି। ପାଖରେ କମିସନରେଟ୍‌ ପୁଲିସର ଟ୍ରାଫିକ୍‌ ଥାନା ଏବଂ ୧ କିଲୋମିଟର ପରିଧି ମଧ୍ୟରେ କମିସନରେଟ୍‌ ପୁଲିସର କାର୍ଯ୍ୟାଳୟ ଥିଲେ ହେଁ ନା ଦେହଜୀବୀଙ୍କୁ ନା ଗ୍ରାହକଙ୍କୁ, କାହାରିକୁ କିଛି ବି ଫରକ ପଡ଼ିନି।

publive-image

ଆଖି ଠାରରେ ଇସାରା

କଥାରେ ଅଛି ‘ସମଝ୍‌ନେ ବାଲୋଁ କୋ ଇସାରା କାଫି..., ଅର୍ଥାତ ବୁଝିବା ବାଲାଙ୍କୁ କେବଳ ଠାର ହିଁ ଯଥେଷ୍ଟ । ତେଣୁ ସଚିବାଳୟ ସମ୍ମୁଖରେ କାଁ ଭାଁ ଜନ ସମାଗମ ହେଉଥିଲେ ହେଁ ତାଙ୍କୁ ଚିହ୍ନିବା ସେଇଭଳି ଚିହ୍ନାରା ଗ୍ରାହକଙ୍କ ପାଇଁ ସମସ୍ୟା ହୁଏ ନାହିଁ। ଗାଡ଼ି ନେଇ ତାଙ୍କ ନିକଟରେ ପହଞ୍ଚିଯିବା ମାତ୍ରେ ସେ ଆଖି ଠାର ଦିଅନ୍ତି। ଯଦି ଗ୍ରାହକଙ୍କ ସମ୍ମତି ମିଳିଯାଏ, ତେବେ ସଙ୍ଗେସଙ୍ଗେ ସେଇ ଜାଗାରୁ ମୂଲଚାଲ କରି କୁଆଡ଼େ ଉଭାନ ହୋଇ ଯାଆନ୍ତି।

ମୂଳଦର ୩୦୦, ମୂଲଚାଲ୍‌ କଲେ ୨୦୦

ସଚିବାଳୟ ସମ୍ମୁଖ ରାଜମାର୍ଗରେ ଦିନରେ କେବେକେବେ ୩ରୁ ୪ ଜଣ ମହିଳା ଠିଆ ହେଉଥିବା ବେଳେ ସଂଜ ବୁଡ଼ିଲେ ସଂଖ୍ୟା ବଢ଼େ। ନିର୍ଦ୍ୱନ୍ଦ୍ୱରେ ମୂଲଚାଲ ଚାଲେ। ମିଳିଥିବା ବିଶ୍ୱସ୍ତ ସୂଚନା ମୁତାବକ ସେମାନେ ଗ୍ରାହକମାନଙ୍କ ସାଥିରେ ୩୦୦ ଟଙ୍କାରେ ଯିବା ପାଇଁ ରାଜି ହୁଅନ୍ତି। ଯିଏ ରାଜି ହେଲା ତ ଭଲ, ନଚେତ୍‌ ୨୦୦ ଟଙ୍କାରେ ମଧ୍ୟ ଯିବାକୁ ରାଜି ହୋଇଯାଆନ୍ତି। ମୁଖ୍ୟତଃ ୩୦ରୁ ୩୫ ବର୍ଷୀୟା ଦେହଜୀବୀଙ୍କୁ ଏଠାରେ ଦେଖିବାକୁ ମିଳେ।

publive-image

ଆଇଜି ପାର୍କ ଶୌଚାଳୟ ବି ବାଦ୍‌ ଯାଉନି
ଆଇଜି ପାର୍କ ମଧ୍ୟରେ ଥିବା ଶୌଚାଳୟକୁ ଦେହଜୀବୀମାନେ ବ୍ୟବହାର କରୁଥିବା ଜଣେ ଟ୍ରାଫିକ୍‌ ପୁଲିସ୍‌ଙ୍କଠାରୁ ସୂଚନା ମିଳିଛି। ଖାଲି ସେମାନେ ଶୌଚାଳୟକୁ ବ୍ୟବହାର କରୁନାହାନ୍ତି, ବରଂ ସେଠାରେ ମଧ୍ୟ ନିଜର ଅନୈତିକ ବେପାରର ପେଡ଼ି ଖୋଲିବାକୁ ପଛାଉ ନାହାନ୍ତି। ପାର୍କରେ ମଧ୍ୟ ଏମାନେ ଗ୍ରାହକ ଯୋଗାଡ଼ୁଛନ୍ତି। ଫୋନ୍‌ରେ କଥାବାର୍ତାର ଅଭିନୟ କରୁଥିବା ବେଳେ ସେମାନଙ୍କ ଆଖି ଚକ୍ରି ଭଳି ଘୂରି ବୁଲୁଛି।

ସଂଜ ବୁଡ଼ିଲେ ଆଇଜି ପାର୍କ କଡ଼
ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ସନ୍ଦିଗ୍ଧ ଭାବେ କିଛି ଦେହଜୀବୀଙ୍କୁ ଚଲାବୁଲା କରିବାର ଦେଖିବାକୁ ମଳେ। ତେବେ ସନ୍ଧ୍ୟାରେ କିଛି ଦେହଜୀବୀ ଗାଡ଼ିରେ କୌଣସି ଜାଗାକୁ ଯିବା ପରିବର୍ତେ ଆଇଜି ପାର୍କ କଡ଼କୁ ସଂଲଗ୍ନ ଥିବା ମୁକୁଳା ସ୍ଥାନରେ ନିଜ ପସରା ଖୋଲି ଦିଅନ୍ତି। ସଚିବାଳୟ ସମ୍ମୁଖରେ ଯଦିଓ ସେଇ ସଂଲଗ୍ନ ମୁକୁଳା ସ୍ଥାନଟି ରହିଛି କିନ୍ତୁ ଆଲୋକର ବ୍ୟବସ୍ଥା ନଥିବାରୁ ଏବଂ ଗଛ ଥିବାରୁ ଅନ୍ଧାରରେ ନିର୍ଦ୍ୱନ୍ଦ୍ୱରେ ଅନୈତିକ କାର୍ଯ୍ୟକଳାପ ବହୁ ସତର୍କତାର ସହ ଚାଲେ। ଅନେକ ସମୟରେ ପାର୍କରେ ବି ଅନେକ ଗ୍ରାହକ ନିଜର ଶରୀରର ତୃଷ୍ଣା ମେଣ୍ଟାଉଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe