‘ଜର୍ସି’ର ସୁଟିଂ ପାଇଁ ଡେରାଡୁନ୍‌ ଯିବେ ସାହିଦ କପୁର୍‌

Advertisment
‘ଜର୍ସି’ର ସୁଟିଂ ପାଇଁ ଡେରାଡୁନ୍‌ ଯିବେ ସାହିଦ କପୁର୍‌

mumbaimirror.indiatimes.com

ଲକ୍‌ଡାଉନ୍‌ ହଟିବା ପରେ ସାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ସୁଟିଂ ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି। ସୁଟିଂ ୟୁନିଟ୍‌ ପାଇଁ କୋଭିଡ୍‌ ନିୟାମକ ପାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସାହିଦ ଡେରାଡୁନ ଯିବା ସହ ୩୦ ସେପ୍ଟେମ୍ବରରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଡେରାଡୁନ, ମସୁରୀ ଓ ଆଖପାଖରେ ହେବାକୁ ଥିବା ସୁଟିଂରେ ସାମିଲ୍‌ ହେବେ। ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକ୍‌‌ରେ ସାହିଦଙ୍କ ବ୍ୟତୀତ ତାଙ୍କ ବାପା ପଙ୍କଜ କପୁର, ଅଭିନେତ୍ରୀ ମୃଣାଳ ଠାକୁର ବି ନଜର ଆସିବେ। ଏହି ଫିଲ୍ମଟି ଅର୍ଜୁନ ନାମକ ଜଣେ ରଣଜୀ ଖେଳାଳିଙ୍କ କାହାଣୀ ଉପରେ ଆଧାରିତ, ଯିଏ ଭାରତୀୟ ଦଳରେ ସାମିଲ୍‌ ହେବାକୁ ସ୍ବପ୍ନ ଦେଖୁଛି। ବହୁ ବାଧାବିଘ୍ନ ସହୁଛି। ମାତ୍ର ୩୬ବର୍ଷ ବୟସରେ ପୁଅ ପାଇଁ ନିଜ ଇଚ୍ଛାକୁ ମାରିଦେବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe