ସହିଦନଗର ବୋମାମାଡ଼ ମାମଲା: ୮ଚିହ୍ନଟଙ୍କ ମଧ୍ୟରୁ ୨ ଧରାପଡ଼ିଲେ

Advertisment

୧ ତାରିଖ ରାତିରେ ସହିଦନଗରରେ ହୋଇଥିବା ବୋମାମାଡ଼ ମାମଲାରେ ପୁଲିସ ୮ଜଣଙ୍କୁ ଚିହ୍ନଟ କରିଛି। ଆଜି ସେମାନଙ୍କ ମଧ୍ୟରୁ ୨ ଜଣ ବିଶ୍ବରଞ୍ଜନ ବିଶ୍ବାଳ ଓରଫ କାହ୍ନା ଓ ପ୍ରଦ୍ୟୁମ୍ନ ମିଶ୍ର ଓରଫ ନନିକୁ ସହିଦନଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି।

୧ ତାରିଖ ରାତିରେ ସହିଦନଗରରେ ହୋଇଥିବା ବୋମାମାଡ଼ ମାମଲାରେ ପୁଲିସ ୮ଜଣଙ୍କୁ ଚିହ୍ନଟ କରିଛି। ଆଜି ସେମାନଙ୍କ ମଧ୍ୟରୁ ୨ ଜଣ ବିଶ୍ବରଞ୍ଜନ ବିଶ୍ବାଳ ଓରଫ କାହ୍ନା ଓ ପ୍ରଦ୍ୟୁମ୍ନ ମିଶ୍ର ଓରଫ ନନିକୁ ସହିଦନଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି।

dagdagdadga

ଭୁବନେଶ୍ବର: ୧ ତାରିଖ ରାତିରେ ସହିଦନଗରରେ ହୋଇଥିବା ବୋମାମାଡ଼ ମାମଲାରେ ପୁଲିସ ୮ଜଣଙ୍କୁ ଚିହ୍ନଟ କରିଛି। ଆଜି ସେମାନଙ୍କ ମଧ୍ୟରୁ ୨ ଜଣ ବିଶ୍ବରଞ୍ଜନ ବିଶ୍ବାଳ ଓରଫ କାହ୍ନା ଓ ପ୍ରଦ୍ୟୁମ୍ନ ମିଶ୍ର ଓରଫ ନନିକୁ ସହିଦନଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଫେରାର ଥିବା ୬ ଅଭିଯୁକ୍ତ ଦୁର୍ଯ୍ୟୋଧନ ବାରିକ, ଚିଗୁ, ବିଶ୍ବଜିତ, ହାପି, ଦମା ଓ ଆଲୋକ ପ୍ରଧାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ୱିନର୍ସ କ୍ଲବ୍‌ର ସଭାପତି ସୁନୀଲ ପାତ୍ର ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ରାତିରେ ପ୍ରାୟ ୨୫ଯୁବକ ବାଇକ୍‌ରେ ଆସି ୱିନର୍ସ କ୍ଲବ୍‌କୁ ବୋମାମାଡ଼ କରିଥିଲେ।

ଫଳରେ କ୍ଲବ୍‌ ସମ୍ମୁଖରେ ଥିବା ଗୋଟିଏ ବାଇକ୍‌ରେ ନିଆଁ ଲାଗି ଦରପୋଡ଼ା ହୋଇଯାଇଥିଲା। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ କ୍ଲବ୍‌ ସମ୍ମୁଖରେ ଥିବା ଗୋଟିଏ କାର୍‌ ଓ ୨ଟି ବାଇକ୍‌କୁ ଲାଠିରେ ପିଟି ଭାଙ୍ଗି ପକାଇଥିଲେ। ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦରପୋଡ଼ା ବାଇକ୍‌ ସହିତ ଭଙ୍ଗା କାର୍‌ ଓ ବାଇକ୍‌ଗୁଡ଼ିକୁ ଜବତ କରିଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ୮ଜଣଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ମଧ୍ୟରେ ଥିବା କାହ୍ନା ଓ ନନି ପୂର୍ବରୁ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବାରୁ ପୁଲିସ ସହଜରେ ସେମାନଙ୍କୁ ଉଠାଇଛି। ୩୧ ରାତିର ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe