୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରିବ ସହିଦନଗର ପୂଜା ସମିତି

Advertisment
୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରିବ ସହିଦନଗର ପୂଜା ସମିତି

ଭୁବନେଶ୍ୱର: ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ୨୦୦୭ ମସିହା ଠାରୁ ପ୍ରତିବର୍ଷ ଶାରଦୀୟ ଉତ୍ସବରେ ବିଭିନ୍ନ ବର୍ଗର କୃତୀ ଓ ଉଦୀୟମାନ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ। ଗତ ୨ବର୍ଷ ହେଲା କରୋନା ଯୋଗୁଁ ଏହି ସମ୍ବର୍ଦ୍ଧନା ପର୍ବକୁ ସ୍ଥଗିତ ରଖାଯାଇଥିଲା। ଚଳିତବର୍ଷ ଠାରୁ ଏହାକୁ ପୁଣି ଆରମ୍ଭ କରାଯାଇଛି। ଏନେଇ ଆଜି ମଣ୍ଡପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ସମ୍ବର୍ଦ୍ଧିତ ହେବାକୁ ଥିବା କ୍ରୀଡ଼ାବିତ୍‌ମାନେ ହେଲେ ଅନ୍ତର୍ଜାତୀୟ ବାସ୍କେଟ୍ ବଲ୍ ଖେଳାଳି ସେକ୍ ଫଏଜ୍, ଜାତୀୟ ମହିଳା ଫୁଟବଲ୍ ତାରକା ପୂର୍ଣ୍ଣିମା ମଲ୍ଲିକ, ଜାତୀୟ ରଗ୍‌ବି ତାରକା ଶାହାନାୱାଜ୍ ଅହମ୍ମଦ ଏବଂ ବାର ବର୍ଷରୁ କମ୍ ଲନ୍‌ ଟେନିସ ମହିଳା ତାରକା ଆହାନା।

ଏହି ଚାରି ଖେଳାଳିଙ୍କୁ ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀରେ ପୂଜା ମଣ୍ଡପରେ ସମ୍ମାନିତ କରାଯିବ। ଏହାସହ ଚଳିତ ବର୍ଷ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଯଥା ବିଧିରେ ପାଳନ କରାଯିବାକୁ ସମିତି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମା’ଙ୍କର ତାରକସି ରୁପା ମେଢ଼, ସୁନା ମୁକୁଟ ସହ ଅଯୋଧ୍ୟା ରାମମନ୍ଦିର ଆକୃତିର ଏକ ସୁନ୍ଦର ତୋରଣ ତିଆରି କରାଯାଇଛି। ପୂଜାକୁ ଆକର୍ଷଣୀୟ କରାଯିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସମିତିର ସଭାପତି ହେମନ୍ତ କୁମାର ପରିଡ଼ା, ସମ୍ପାଦକ ସଚ୍ଚିନନ୍ଦନ ନାୟକ, ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ, ବରିଷ୍ଠ ଉପଦେଷ୍ଟା ମନୋରଞ୍ଜନ ଦାସ, ଉପସଭାପତି ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe