ଭୁବନେଶ୍ବର:ଜଙ୍ଗଲରେ ମାଆ ପର କରିଦେଲା। ମଣିଷ ଛୁଆଁ ହୋଇଗଲା ବୋଲି ହାତୀପଲ ଅଛୁଆଁ କରିଦେଲେ। କିନ୍ତୁ ସେହି ହାତୀଛୁଆ ‘ଶମ୍ଭୁ’ ଆଜି ଚନ୍ଦକା ଅଭୟାରଣ୍ୟ କୁମାରଖୁଣ୍ଟି ହାତୀ ପାଠଶାଳାର ସବୁଠୁ ଗେହ୍ଲା। ହାତୀ ପାଠଶାଳାର ୯ ହାତୀ ମଧ୍ୟରେ ସବୁଠୁ ଛୋଟ ଶମ୍ଭୁ ଏବେ ସବୁରି ପ୍ରିୟ। ହାତୀଶାଳାର ୧୬ ମାହୁନ୍ତଙ୍କ ମଧ୍ୟରୁ ୫ଜଣ ଶମ୍ଭୁର ଯତ୍ନ ନେଉଥିଲେ ହେଁ ସମସ୍ତଙ୍କ ନଜର ଅଛି ତା’ ଉପରେ। ପ୍ରଥମରୁ ମାଆକୁ ଝୁରି ମନ ଦୁଃଖ କରୁଥିବା ଶମ୍ଭୁ ଏବେ ମାଆକୁ ଭୁଲିବା ଆରମ୍ଭ କରିଛି। ମାହୁନ୍ତମାନଙ୍କ ସ୍ନେହରେ ସେ ତା ସ୍ବଳ୍ପ ଦିନର ଅତୀତକୁ ଭୁଲିଗଲାଣି। ଏବେ ସେ ପ୍ରତିଦିନ ସକାଳୁ ପ୍ରାତଃଭ୍ରମଣ କରୁଛି ଏବଂ ଲାକ୍ଟୋଜେନ୍ ପିଇ ଖୁସି ହେଉଛି।
Airport Square: ରଣକ୍ଷେତ୍ର ପାଲଟିଲା ଏୟାର୍ପୋର୍ଟ ଛକ: ବୁଲିଲା ଖଣ୍ଡା, ବସିଲା ଠେଙ୍ଗା ପାହାର
କେନ୍ଦୁଝର ଜଙ୍ଗଲରେ ହାତୀପଲଙ୍କ ସହ ବୁଲୁବୁଲୁ ଏକ ବଡ଼ ଖାଲରେ ପଡ଼ିଗଲା ଶମ୍ଭୁ। ମାଆ ହାତୀ ଓ ଅନ୍ୟମାନେ ବହୁ ଚେଷ୍ଟା କଲେ, ମାତ୍ର ୪ମାସର ଶମ୍ଭୁକୁ ଖାଲରୁ ଉଠାଇ ପାରିଲେ ନାହିଁ। ଖାଲରୁ ଉଠିବାକୁ ସେ ବହୁ ବିକଳ ହେଲା, ମାଆ ବି ଖାଲ ପାଖରେ ଜଗି ରହିଲା। ହାତୀପଲ ଚାଲିଗଲେ ବି ମାଆ ଜଗି ରହିଲା। ଶେଷରେ ବନ ବିଭାଗ ଶମ୍ଭୁକୁ ଖାଲରୁ ବାହାର କଲା। ତାକୁ ତା’ ମାଆ ପାଖରେ ଛାଡ଼ିବାକୁ ଉଦ୍ୟମ କରାଗଲା। କିନ୍ତୁ ମାଆ ଆଉ ଗ୍ରହଣ କଲାନି କି ସାଙ୍ଗରେ ନେଲାନି। ଯେଉଁ ମାଆ ତା’ ଛୁଆକୁ ଜଗି ରହିଥିଲା, ଖାଲରୁ ଉଦ୍ଧାର ହେବା ପରେ ସେହି ମାଆ ଛୁଆକୁ ନେଲାନାହିଁ। କାରଣ ଶମ୍ଭୁ ଦେହରେ ମଣିଷର ହାତ ବାଜିଗଲା। ସେ ମଣିଷ ଛୁଆଁ ହୋଇଗଲା। ହାତୀମାନଙ୍କ ନିଷ୍ଠୁର ନିୟମକୁ ମାଆ ମାନିବାକୁ ବାଧ୍ୟ ହେଲା। ବନ ବିଭାଗ ହେପାଜତରେ ତା’ ଛୁଆକୁ ଦେଖି ବୋଧହୁଏ ମାଆ ହାତୀ ଆଶ୍ବସ୍ତ ହେଲା ଏବଂ ତା’ ଛୁଆର ଭବିଷ୍ୟତ ନିରାପଦ ଓ ସୁରକ୍ଷିତ ଭାବି ସେ ଜଙ୍ଗଲକୁ ତା’ ଦଳ ନିକଟକୁ ଚାଲିଗଲା। ଏହାପରେ ହାତୀଛୁଆ ଶମ୍ଭୁକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ହାତୀ ପ୍ରଶିକ୍ଷଣ କେନ୍ଦ୍ରକୁ ଅଣାଯାଇଛି। ହାତୀଶାଳାର ମାହୁନ୍ତମାନେ ଶମ୍ଭୁର ମାଆ ପାଲଟିଯାଇଛନ୍ତି। ତିନି ଦିନ ହେଲା ପ୍ରଶିକ୍ଷଣ କେନ୍ଦ୍ରରେ ହାତୀଛୁଆ ଶମ୍ଭୁ ରହିଛି। ଏବେ ସେ ସୁସ୍ଥ ସବଳ ଅଛି ଏବଂ ଭଲରେ ଖାଦ୍ୟ ଗ୍ରହଣ କରୁଛି। କୌଣସି ପ୍ରକାର ସମସ୍ୟା ହେଉ ନାହିଁ।
ପ୍ରତିଦିନ ସକାଳୁ ସକାଳୁ ‘ଶମ୍ଭୁ’କୁ ପ୍ରାତଃଭ୍ରମଣରେ ନିଆଯାଉଛି। ସକାଳ ୬ଟାରେ ହାତୀଶାଳାରୁ ଅନ୍ୟ ହାତୀମାନଙ୍କ ସହ ସେ ବାହାରକୁ ଆସୁଛି। ଜଙ୍ଗଲ ଭିତରେ କିଛି ବାଟ ଚାଲିଚାଲି ଯାଉଛି। କୁନି ଛୁଆ ହୋଇଥିବାରୁ ଅନ୍ୟ ହାତୀଙ୍କ ଭଳି ତାକୁ ବାନ୍ଧିବା ଦରକାର ହେଉନାହିଁ। ଅନ୍ୟ ହାତୀମାନେ ବହୁତ ବାଟ ଚାଲି ଯାଉଥିବା ବେଳେ ଶମ୍ଭୁ କମ୍ ବାଟ ଯାଉଛି। ବଡ଼ ହାତୀମାନେ କାଳେ ଆକ୍ରମଣ କରିବେ, ସେଥିପାଇଁ ସତର୍କତାର ସହ ମାହୁନ୍ତମାନେ ସାଙ୍ଗରେ ଯାଉଛନ୍ତି। ମର୍ଣ୍ଣିଂୱାକରେ କିଛି ସମୟ ବୁଲିବା ପରେ ସେ ପୁଣି ହାତୀଶାଳାକୁ ଫେରୁଛି। ସେଠାରେ କିଛି ସମୟ ବିଶ୍ରାମ ଦିଆଯାଉଛି। ମାହୁନ୍ତମାନେ ତାକୁ ସେମିତି ଜଗି ରହୁଛନ୍ତି। ଏହାପରେ ଆରମ୍ଭ ହୋଇଯାଉଛି ବ୍ରେକ୍ଫାଷ୍ଟ। ଅନ୍ୟ ହାତୀମାନେ କଦଳୀ, ନଡ଼ିଆ, କଦଳୀ ଗଛ, ବତୁରା ହୋଇଥିବା ଗହମ ଖାଉଥିବା ବେଳେ ଶମ୍ଭୁକୁ ଲାେକ୍ଟାଜେନ୍ ଦିଆଯାଉଛି। ସକାଳ ଖାଦ୍ୟ ପରେ ତାକୁ ଗାଧୋଇ ଦିଆଯାଉଛି। କିଛି ସମୟ ବିଶ୍ରାମ ନେବା ପରେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଡାକ୍ତରମାନେ ପ୍ରତିଦିନ ଶମ୍ଭୁର ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ଭଲମନ୍ଦ ସମ୍ପର୍କରେ ବନଖଣ୍ଡ ଅଧିକାରୀଙ୍କୁ ରିପୋର୍ଟ ଦେଉଛନ୍ତି।
Airport Square: ରଣକ୍ଷେତ୍ର ପାଲଟିଲା ଏୟାର୍ପୋର୍ଟ ଛକ: ବୁଲିଲା ଖଣ୍ଡା, ବସିଲା ଠେଙ୍ଗା ପାହାର
ଶମ୍ଭୁକୁ ମିଶାଇ ଏବେ ହାତୀ ପ୍ରଶିକ୍ଷଣ ଶିବିରରେ ମୋଟ ୯ଟି ହାତୀ ଅଛନ୍ତି। ସେଥିମଧ୍ୟରୁ ୫ଟି ବଡ଼ ହାତୀ ଓ ୩ଟି ଛୋଟ ହାତୀ ଅଛନ୍ତି। ଉତ୍ପାତିଆ ହାତୀ ‘ଶଙ୍କର’ ଗୋଡ଼ରେ ଏବେ ବି ବେଡ଼ି ପଡ଼ିଛି। ଛୋଟ ହାତୀଙ୍କ ମଧ୍ୟରେ ‘ଶମ୍ଭୁ’ ସବୁଠାରୁ କମ୍ ବୟସର। ତେଣୁ ତା’ର ସେବା ଯତ୍ନ ଉପରେ ଗୁରୁତ୍ବ ଦିଆଯାଉଛି। ୪ରୁ ୫ଜଣ ମାହୁନ୍ତ ‘ଶମ୍ଭୁ’ ସେବାରେ ଲାଗିଛନ୍ତି। ମାହୁନ୍ତମାନଙ୍କ କହିବାନୁଯାୟୀ ଏବେ ‘ଶମ୍ଭୁ’କୁ ଲାକ୍ଟ୍ରେଜେନ୍ ପିଇବାକୁ ଦିଆଯାଉଛି। ଧୀରେଧୀରେ ତାକୁ ଛତୁଆ ଖାଇବାକୁ ଦିଆଯିବ। ଅଳ୍ପ ଦିନ ମଧ୍ୟରେ ସେ ଅନ୍ୟ ହାତୀଙ୍କ ସହ ମିଶିଯିବ। ଚନ୍ଦକା ଡିଏଫ୍ଓ ବନୋଦ ଆଚାର୍ଯ୍ୟ କହିଛନ୍ତି ଯେ ଆଗରୁ ୮ଟି ହାତୀ ରହିଥିଲେ ମଧ୍ୟ ୭ଟି ପ୍ରଶିକ୍ଷଣ ନେଉଥିଲେ। ସେମାନଙ୍କ ମଧ୍ୟରେ ଏବେ ‘ଶମ୍ଭୁ’ ସାମିଲ ହୋଇଛି। ‘ଶମ୍ଭୁ’ ଏବେ ସୁସ୍ଥ ରହିଛି। ବଡ଼ ହେବା ପରେ ତାକୁ ଆବଶ୍ୟକ ତାଲିମ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/18/sfhfhfhxbvbvvb-2025-12-18-13-01-08.jpg)