ଭୁବନେଶ୍ବର: ସମୟ ଅପରାହ୍ଣ ୧ଟା। ହଠାତ୍ ଏୟାର୍ପୋର୍ଟ ଛକରେ ଉପୁଜିଲା ଭୟଙ୍କର ଗଣ୍ଡଗୋଳ। କିଏ ଖଣ୍ଡା ଧରି ଗୋଡ଼ାଉଥିଲା ତ କିଏ ଭୁଜାଲି ଧରି ରଡ଼ି କରୁଥିଲା। କିଏ ରଡ୍ ଉଠାଇ ମାରି ଗୋଡ଼ାଉଥିଲା ତ ଆଉ କିଏ ଠେଙ୍ଗା ଧରି ଚିଲାଉଥିଲା। ମାଡ଼ ଖାଇ କିଛି ଯୁବକ ପ୍ରାଣ ବିକଳରେ ଦୌଡ଼ୁଥିଲେ। ଆକ୍ରମଣକାରୀମାନେ କିଳିକିଳା ରଡ଼ି କରି ସେମାନଙ୍କୁ ଗୋଡ଼ାଉଥିଲେ। ଭୟରେ ପଥଚାରୀମାନେ ଜୀବନ ବଞ୍ଚାଇବାକୁ କିଏ କୁଆଡ଼େ ଦୌଡ଼ୁଥିଲେ, ବୁଝାପଡ଼ୁନଥିଲା। ବିମାନବନ୍ଦରରୁ ସହର ଭିତରକୁ ଆସୁଥିବା ଲୋକେ ଭୟରେ ଅଟକିଗଲେ। ଦିନ ଦିପହରରେ ୧୫/୨୦ଜଣ ଯୁବକ ଏମିତି ମାର୍ପିଟ କରୁଥିଲେ ହେଁ ସେମାନଙ୍କୁ ମୁକାବିଲା କରିବା ଲାଗି କାହାର ଜୁ ନଥିଲା। ଏୟାର୍ପୋର୍ଟ ଥାନାଠାରୁ ଅନତି ଦୂରରେ ଏଭଳି ଆତଙ୍କରାଜ ଚାଲିଥିଲେ ହେଁ ପୁଲିସ ପହଞ୍ଚିପାରିନଥିଲା। ଜଣେ ଯୁବକ ରକ୍ତାକ୍ତ ହୋଇପଡ଼ିଥିଲେ। ଠେଙ୍ଗା ପାହାରରେ ତାଙ୍କ ମୁଣ୍ଡ ଫାଟିଯାଇଥାଏ। ମାତ୍ର ତାଙ୍କୁ ଉଦ୍ଧାର କରିବାକୁ କେହି ନଥାନ୍ତି। କିଛି ସମୟ ପରେ ପୁଲିସ ପହଞ୍ଚିଲେ ବି ଗଣ୍ଡଗୋଳକାରୀମାନେ ମାନିଲେ ନାହିଁ। ପୁଲିସକୁ ବେଖାତିର କରି ଆତଙ୍କରାଜ ଚଳାଇଥିଲେ। ପରେ ଜଣାଗଲା ଯେ ଟ୍ୟାକ୍ସି ଚାଳକମାନଙ୍କୁ କିଛି ଯୁବକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଟ୍ୟାକ୍ସି ଚାଳକ ରାକେଶ ସାହୁ ଗୁରୁତର ହୋଇଛନ୍ତି। ରାଜଧାନୀ ଛାତିରେ ଆଜି ଏଭଳି ଘଟଣା ଘଟିବା ଓ ଥାନା ପାଖରେ ଥାଇ ବି ପୁଲିସ ବିଳମ୍ବରେ ପହଞ୍ଚିବା କଥାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅପରାଧୀମାନେ ଆଉ ପୁଲିସକୁ ଭୟ କରୁନାହାନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।
Tree plantation: ବୃକ୍ଷରୋପଣ ନାଁରେ ଚଳୁ କରିଦେଲେ: ବାଡ଼ା ଅଛି, ଗଛ ନାହିଁ
ଦିନ ଦିପହରରେ ଅପରାଧୀଙ୍କ ଦୁଃସାହସ
ପୁଲିସକୁ ଫୁ’ କରି ଉଡ଼ାଇଦେଲେ
ଆଜି ଅପରାହ୍ନ ୧ଟା ବେଳେ ପୁରୀର ଟ୍ୟାକ୍ସି ଡ୍ରାଇଭର ରାକେଶ କୁମାର ସାହୁ ଯାତ୍ରୀ ନେଇ ଭୁବନେଶ୍ବର ବିମାନବନ୍ଦରକୁ ଆସୁଥିଲେ। ଏୟାର୍ପୋର୍ଟ ଛକରେ ଏକ ବାଇକ୍ ସହିତ ରାକେଶଙ୍କ କାର୍ ଘଷି ହୋଇଯାଇଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ଥାଇ ବାଇକ୍ ଆରୋହୀ ତାଙ୍କ ସହଯୋଗୀମାନଙ୍କୁ ଫୋନ୍ କରି ଡାକିଥିଲେ। ଟ୍ୟାକ୍ସି ଡ୍ରାଇଭର ମଧ୍ୟ କିଛି ଟ୍ୟାକ୍ସି ଚାଳକଙ୍କୁ ଫୋନ୍ କରି ଡାକିଥିଲେ। ଏଥିରୁ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଥିଲା। ବାଇକ୍ ଆରୋହୀଙ୍କ ସାଙ୍ଗମାନେ ପାଖରେ ବିଭିନ୍ନ ମାରଣାସ୍ତ୍ର ଲୁଚାଇ ରଖିଥିଲେ। ସେମାନେ ହଠାତ୍ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ଆକ୍ରମଣ କଲେ। ମାରଣାସ୍ତ୍ରରେ ସଜ୍ଜିତ ଯୁବକମାନଙ୍କୁ ଦେଖି ଟ୍ୟାକ୍ସି ଚାଳକମାନଙ୍କ ଭୟରେ ଛତ୍ରଭଙ୍ଗ ଦେଇଥିେଲ। ପ୍ରତିପକ୍ଷର ଯୁବକମାନେ ଖଣ୍ଡା, ଭୁଜାଲିଲେୁହାଛଡ଼ ଓ ଠେଙ୍ଗାବାଡ଼ି ଧରି ଗୋଡ଼ାଇ ଗୋଡ଼ାଇ ପିଟି ଚାଲିଥିଲେ। ପ୍ରାଣ ବିକଳରେ ଟ୍ୟାକ୍ସି ଚାଳକମାନେ ଧାଉଁଥିବା ବେଳେ ପ୍ରତିପକ୍ଷ ଗୋଡ଼ାଇ ଗୋଡ଼ାଇ ବାଡ଼େଇବାରେ ଲାଗିଥିଲେ। ରାକେଶଙ୍କ ମୁଣ୍ଡ ଫାଟିଯାଇଥିଲା। ଖବର ପାଇ ପୁଲିସ ପହଞ୍ଚିଥିଲେ ବି ଗଣ୍ଡଗୋଳକାରୀମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା। କିଛି ସମୟ ପରେ ଗଣ୍ଡଗୋଳକାରୀମାନେ ପଳାଇଥିଲେ ଏବଂ ପୁଲିସ ଉଭୟ ଟ୍ୟାକ୍ସି ଚାଳକ ରାକେଶ ଓ ବାଇକ୍ ଆରୋହୀଙ୍କୁ ଥାନାକୁ ନେଇଥିଲା। ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
Geosynthetics: ଭୂସ୍ଖଳନ ରୋକିବ ଜିଓସିନ୍ଥେଟିକ୍ସ: ପାହାଡ଼ିଆ ଅଞ୍ଚଳ ରାସ୍ତା ତିଆରିରେ ଲାଗିବ
କିଛି ସମୟ ପରେ ସ୍ମାର୍ଟ ସିଟି ଅନ୍ଲାଇନ୍ ଅଟୋଚାଳକ ସଂଘ ସହିତ ଏୟାର୍ପୋର୍ଟର କିଛି ଟ୍ୟାକ୍ସି ଚାଳକ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଥାନା ଆଗରେ ହୋ-ହଲ୍ଲା କରିଥିଲେ। ଶତାଧିକ ଅଟୋ ଏୟାରପୋର୍ଟ ଛକରେ ଛିଡ଼ା ହୋଇଯାଇଥିଲା ଏବଂ ଅଟୋଚାଳକମାନେ ରାସ୍ତା ବନ୍ଦ କରିଦେଇଥିଲେ। ଏମିତିକି ବିକ୍ଷୋଭକାରୀମାନେ ଥାନା ଭିତରେ ପଶି ପାଟିତୁଣ୍ଡ କରିଥିଲେ। ପରେ ପୁଲିସ ସିସିଟିଭି ଯାଞ୍ଚ କରି ଦୁଇ ଆକ୍ରମଣକାରୀଙ୍କୁ ଉଠାଇଆଣି ଅଟକ ରଖିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ଥାନା ନିକଟରେ ୩ ପ୍ଲାଟୁନ ପୁଲିସ ବଳ ମୁତୟନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/18/jgdjgdjgdj-2025-12-18-12-54-51.jpg)