ରାଜଧାନୀରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

Advertisment

ଯୁଗେ ଯୁଗେ ମନୀଷୀଙ୍କର ମହତ୍ତ୍ୱ ରହିଛି

ଯୁଗେ ଯୁଗେ ମନୀଷୀଙ୍କର ମହତ୍ତ୍ୱ ରହିଛି

ରାଜଧାନୀରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

ଚନ୍ଦ୍ରଶେଖରପୁର: ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ରାଜନୈତିକ ଦଳର ନେତାମାନେ ନିଜର ସ୍ୱାର୍ଥ ଅନୁସାରେ ନିୟନ୍ତ୍ରଣ କରିବାକୁ ପ୍ରୟାସ କରି ଆସୁଛନ୍ତି। ସ୍ୱତନ୍ତ୍ର ଭାରତରେ ସନାତନ ବୈଦିକ ହିନ୍ଦୁ ଧର୍ମକୁ କିଛି ମୁଷ୍ଟିମେୟ ଲୋକ ଦିଶାହୀନ କରିବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଉଛି। ବଦ୍ରିନାଥ, କେଦାରନାଥ, ରାମେଶ୍ୱର, ବିଶ୍ୱନାଥ, ଶ୍ରୀକ୍ଷେତ୍ର ସମେତ ଭାରତବର୍ଷର ପ୍ରମୁଖ ଧାର୍ମିକ କ୍ଷେତ୍ରକୁ ବିଦେଶୀ ତତ୍ତ୍ୱଙ୍କ ଦ୍ୱାରା ନିୟନ୍ତ୍ରିତ କରିବାକୁ ପ୍ରୟାସ କରାଯାଉଛି। ଆଧ୍ୟାତ୍ମିକତାର ଆଉ କୌଣସି ମୂଲ୍ୟ ନ ଥିବା, ମନୀଷୀମାନଙ୍କର ବାର୍ତ୍ତା ଅର୍ଥହୀନ ବୋଲି ଅପପ୍ରଚାର କରାଯାଉଛି। କିନ୍ତୁ ଯୁଗେ ଯୁଗେ ଆଧ୍ୟାତ୍ମିକ ମନୀଷୀଙ୍କର ମହତ୍ତ୍ୱ ରହିଆସିଛି। ତେଣୁ ପ୍ରକୃତିଗତ ସତ୍ୟକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଗଲେ, ପ୍ରକୃତି ଏହାର କରାଳ ରୂପ ଦେଖାଇବ ବୋଲି ଆଜି ଗୋବର୍ଦ୍ଧନ ମଠର ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟ ପ୍ରକାଶ କରିଛନ୍ତି। ରାଜଧାନୀର ନୀଳାଦ୍ରିବିହାରସ୍ଥିତ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜଗଦ୍‌ଗୁରୁ ଏପରି ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଜଗନ୍ନାଥଙ୍କୁ ଯେପରି ରାଜନୀତିର ପଶାପାଲିରେ ଖେଳାଯାଉଛି, ତାହା ବିଶ୍ୱକୁ ବିନାଶ ଆଡ଼କୁ ନେଇଯାଉଛି। କୌଣସି ରାଜନୈତିକ ଦଳ କିମ୍ବା ଆଦର୍ଶର ପକ୍ଷ ନହୋଇ ଶ୍ରୀମନ୍ଦିରକୁ ଶିକ୍ଷା, ରକ୍ଷା, ସଂସ୍କୃତି ସେବା, ମୋକ୍ଷର ସ୍ଥଳ ହେବା ଉପରେ ଜଗଦ୍‌ଗୁରୁ ଗୁରୁତ୍ୱାରୋପ କରିଥିଲେ। ଅରାଜକ ତତ୍ତ୍ୱଙ୍କ କବଳରୁ ଶ୍ରୀମନ୍ଦିରକୁ ମୁକ୍ତ କରିବା ଆବଶ୍ୟକ ବୋଲି ଜଗଦ୍‌ଗୁରୁ ପ୍ରକାଶ କରିଥିଲେ।

ସମଗ୍ର ବିଶ୍ୱର ଭାବନା ଶ୍ରୀମନ୍ଦିରରେ ନିହିତ ରହିଛି। ତେଣୁ ଏହାର ମର୍ଯ୍ୟାଦାକୁ କ୍ଷୁଣ୍ଣ ନ କରାଯାଇ ଯଥାବିତ୍‌ ପୂର୍ବ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ। ନଚେତ୍‌ ପରିଣାମ ଭୟଙ୍କର ହେବ ବୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଚେତାଇ ଦେଇଥିଲେ। ଜଗଦ୍‌ଗୁରୁ ଆଜି ନୀଳାଦ୍ରିବିହାରରେ ରାତ୍ରିଯାପନ କରିବେ। ଆସନ୍ତାକାଲି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେ ପ୍ରାୟ ଏକ ମାସ ଧରି ବଦ୍ରିନାଥରେ ଅବସ୍ଥାନ କରିବା ନେଇ ଗୋବର୍ଦ୍ଧନ ମଠ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗୋବର୍ଦ୍ଧନ ମଠ ପକ୍ଷରୁ ମାତୃପ୍ରସାଦ ମିଶ୍ର, ଶୁଭେନ୍ଦୁ ଦାସ, ଜ୍ଞାନଭୂଷଣ ଗୁପ୍ତା, ରୋହିତ ଦାଶ, ସୌରୀରଂଜନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଅଜୟ ନାୟକଙ୍କ ଘରେ ଜଗଦ୍‌ଗୁରୁ ଅବସ୍ଥାନ କରିଥିଲେ। ଜଗଦ୍‌ଗୁରୁଙ୍କ ଗସ୍ତ ସମୟରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା। ଜଗଦ୍‌ଗୁରୁଙ୍କ ଆଶୀର୍ବାଦ ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe