The Guardian Nigeria
ଭୁବନେଶ୍ବର: ଜମି ବାବଦକୁ ୮୦ ଲକ୍ଷ ଟଙ୍କା ଓ ଦୁଇଟି ଡୁପ୍ଲେକ୍ସ ଦେବାକୁ ଚୁକ୍ତି କରି ଶେଷରେ ଜମି ମାଲିକଙ୍କୁ ଚୂନ ଲଗାଇଥିବା ଅଭିଯୋଗରେ ଆଜି ବଡ଼ଗଡ଼ ଥାନା ପୁଲିସ ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲା ବାଲିପାଟଣା ଫକୀରପଡ଼ାର ସ୍ମୃତିରଂଜନ ମହାନ୍ତି(୩୫)। ଜମି ମାଲିକଙ୍କୁ ସେ ପ୍ରାୟ ଅଢ଼େଇ କୋଟି ଟଙ୍କା ଠକିଛି ବୋଲି ଅଭିଯୋଗ ହୋଇଛି।
ସୂଚନା ମୁତାବକ ସ୍ମୃତିରଂଜନ ରାଜଧାନୀରେ ରାଧାମୋହନ କନ୍ଷ୍ଟ୍ରକସନ ନାମରେ ଏକ ବିଲ୍ଡର ସଂସ୍ଥା ଚଳାଇଥିଲେ। ରାଜଧାନୀରେ ଜମି ଯୋଗାଇବା, ଘର ତିଆରି କରିବା ଭଳି କାମ କରାଉଥିଲେ। ସ୍ମୃତିରଂଜନ ବାବଦରେ କୌଣସି ସୂତ୍ରରୁ ଖବର ପାଇ ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ଚପଳା ପଟେଲ୍ ତାଙ୍କୁ ସାକ୍ଷାତ କରିଥିଲେ। କେଶୁରା ଅଞ୍ଚଳରେ ଥିବା ଚପଳାଙ୍କ ଏକ ବଡ଼ ପ୍ଲଟ୍କୁ ସେୟାରିଂରେ ନେବା ପାଇଁ ସ୍ମୃତିରଂଜନ ରାଜି ହୋଇଥିଲେ।
ଜମି ବାବଦରେ ୮୦ ଲକ୍ଷ ଟଙ୍କା ଓ ଦୁଇଟି ଡୁପ୍ଲେକ୍ସ ତିଆରି କରି ଦେବ ବୋଲି ସ୍ମୃ୍ତିରଂଜନ ଓ ଚପଳାଙ୍କ ମଧ୍ୟରେ ଚୁକ୍ତିପତ୍ର ହୋଇଥିଲା। ୨୦୧୧ ମସିହାରେ ଏହି ଡିଲ୍ ହୋଇଥିଲା। କିନ୍ତୁ ପରେ ସ୍ମୃତି ଉକ୍ତ ପ୍ଲଟ୍ରେ କରିଥିବା ସବୁ ଡୁପ୍ଲେକ୍ସକୁ ବିକି ଦେଇଥିଲା। ଜମି ବାବଦ ୮୦ ଲକ୍ଷ ଟଙ୍କା ବି ଦେଲାନାହିଁ। ଏହା ଭିତରେ ୧୧ବର୍ଷ କାଳ ଚପଳା ତାଙ୍କ ପାଖକୁ ଧାଇଁଧାଇଁ ହତାଶ ହେଲେ। ଶେଷରେ ଚପଳାଙ୍କୁ ସ୍ମୃତିରଂଜନ ପାଲଟା ଧମକଚମକ ଦେଇଥିଲେ ଓ ବାଧ୍ୟ ହୋଇ ସେ ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ।
Follow Us