ଇନ୍ଦିରା ଗାନ୍ଧୀ ପାର୍କରେ ଶାସ୍ତ୍ରୀୟ ସଙ୍ଗୀତ ଆସର

ଇନ୍ଦିରା ଗାନ୍ଧୀ ପାର୍କରେ ଶାସ୍ତ୍ରୀୟ ସଙ୍ଗୀତ ଆସର

ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲ ପକ୍ଷରୁ ଇନ୍ଦିରା ଗାନ୍ଧୀ ପାର୍କରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଣାଶୁଣା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ମନୋଜ ମହାପାତ୍ର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କୁ ତବଲାରେ ସନ୍ଦୀପ ରାଉତ ଓ ହାରମିନିୟମ୍‌ରେ ଆକାଶ ରଞ୍ଜୀବ ବିଶ୍ୱାଳ ସାହାଯ୍ୟ କରିଥିଲେ। ଦୁଇଟି ରାଗ, ଠୁମରି, ମୀରାଙ୍କ ଭଜନରେ ସଙ୍ଗୀତ ଆସର ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ଏହି କାର୍ଯ୍ୟକ୍ରମରେ ଏସ୍‌ କେ ଟାମୋଟିଆ ଓ ପ୍ରଶାନ୍ତ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ମୀରା ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe