ଶତାକ୍ଷୀ ମହିଳା ସଂଗଠନର ପ୍ରତିଷ୍ଠା ଦିବସ: ‘ସାମାଜିକ ଗଣମାଧ୍ୟମ କୋଡ଼ୁଛି ଯେତେ ମାଡ଼ୁଛି ସେତେ’

Advertisment
ଶତାକ୍ଷୀ ମହିଳା ସଂଗଠନର ପ୍ରତିଷ୍ଠା ଦିବସ: ‘ସାମାଜିକ ଗଣମାଧ୍ୟମ କୋଡ଼ୁଛି ଯେତେ ମାଡ଼ୁଛି ସେତେ’

ଖଣ୍ଡଗିରି: ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଓ ସଂଗଠନର ୧୨ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। କେ-୪ସ୍ଥିତ ସଂଗଠନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଉର୍ମିଳା ରାଉତ ପତାକା ଉତ୍ତୋଳନ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧାରଣତନ୍ତ୍ର ଦିବସର ମହତ୍ବ ଉପରେ ଆଲୋଚନା କରିଥିଲେ।

‌ସେ କହିଥିଲେ ଯେ ସାମାଜିକ ଗଣମାଧ୍ୟମର ଉନ୍ମେଷ ଆମ ଜାତୀୟ ଚେତନାକୁ ଯେତିକି ଋଦ୍ଧିମନ୍ତ କରିଛି, କିଛି ନ୍ୟସ୍ତସ୍ବାର୍ଥ ଲୋକଙ୍କ ପାଇଁ ତା’ର ଅପବ୍ୟବହାର ଯୁବସମାଜର ଭାବାବେଗକୁ ସେତିକି ଭ୍ରମିତ କରୁଛି। ସ୍ବାଧୀନତା ସଂଗ୍ରାମର ଦୁଇ ମହାମନିଷୀ ଗାନ୍ଧୀଜୀ ଓ ନେତାଜୀଙ୍କ ମଧ୍ୟରେ ଲକ୍ଷ୍ୟ ଏକ ଥିଲା। ଅଥଚ ମାର୍ଗକୁ ନେଇ ଉଭୟଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟକୁ କଦର୍ଥ କରି ଶତ୍ରୁତାର ରୂପ ଦେବାକୁ ହେଉଥିବା ଚେଷ୍ଟା ଦେଶର ସଂହତିକୁ ବିପଦାପନ୍ନ କରୁଛି। ତେଣୁ ଉପସ୍ଥିତ କିଶୋରମାନେ ଏପରି ଚକ୍ରାନ୍ତରେ ଭଳି ନଯାଇ ନିଜେ ଇତିହାସକୁ ଭଲ ଭାବେ ଅନୁଧ୍ୟାନପୂର୍ବକ ସତ୍ୟ ସହ ରହିବାକୁ ସେ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ପାଦିକା କଳ୍ପନା ନାୟକ, ପୂର୍ବତନ ସଭାପତି ସବିତାରାଣୀ ପୃଷ୍ଟି, ମମତା ବିଶ୍ବାଳଙ୍କ ସମେତ ସଙ୍ଗଠନର ଅନ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ। ପରେ ସଂଗଠନ ପରିସରରେ ବିଭିନ୍ନ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe