ପ୍ରେମିକାର ଶିଶୁପୁତ୍ରକୁ ମାରିଦେଲା

ଆଜିକାଲି ପ୍ରେମ ପାଇଁ ଭୟଙ୍କର ହତ୍ୟାକାଣ୍ଡ ଘଟିବା ଏକ ନିତିଦିନିଆ କଥା ହୋଇଗଲାଣି। ସମ୍ପ୍ରତି ବହୁ ବଡ଼ବଡ଼ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟୁଛି। ଠିକ୍‌ ସେମିତି ଏକ ଭୟଙ୍କର ତଥା ଅଭାବନୀୟ କାଣ୍ଡ ଘଟିଛି ବାରଙ୍ଗ ଅଞ୍ଚଳରେ।

alnbcvdsf

ବାରଙ୍ଗ: ଆଜିକାଲି ପ୍ରେମ ପାଇଁ ଭୟଙ୍କର ହତ୍ୟାକାଣ୍ଡ ଘଟିବା ଏକ ନିତିଦିନିଆ କଥା ହୋଇଗଲାଣି। ସମ୍ପ୍ରତି ବହୁ ବଡ଼ବଡ଼ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟୁଛି। ଠିକ୍‌ ସେମିତି ଏକ ଭୟଙ୍କର ତଥା ଅଭାବନୀୟ କାଣ୍ଡ ଘଟିଛି ବାରଙ୍ଗ ଅଞ୍ଚଳରେ। ମାଆର ‌ଅନୈତିକ ‌ପ୍ରେମ ପାଇଁ ବଳି ପଡ଼ିଛି ଅଢ଼େଇବର୍ଷ ବୟସର ଶିଶୁପୁତ୍ର। ଉଲ୍ଲେଖନୀୟ କଥା ହେଉଛି, ମାଆ ଆଗରେ ଶିଶୁପୁତ୍ରଟିକୁ ପ୍ରେମିକ ତଣ୍ଟିଚିପି ହତ୍ୟା କରିଥିଲେ ହେଁ ମହିଳାଜଣକ ପ୍ରେମିକକୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। କିନ୍ତୁ ସ୍ଥାନୀୟ ଲୋକେ ଧରିପକାଇବାରୁ ମହିଳାଜଣକ ଖସିବାକୁ ନାଟକ କରିଛି। ନନ୍ଦନକାନନ ଥାନା ପୁଲିସ ଉଭୟଙ୍କୁ ଅଟକ ରଖି ଖୋଳତାଡ଼ କରୁଛି। ଶିଶୁପୁତ୍ରକୁ ପ୍ରେମିକ ହିଁ ହତ୍ୟା କରିଛି ବୋଲି ସ୍ପଷ୍ଟ ହୋଇଛି ଏବଂ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଅଭିଯୁକ୍ତ ହେଉଛି ମୟୂରଭଞ୍ଜର ବବି ଦେହୁରି। ତଦନ୍ତରୁ ମହିଳାଙ୍କ ସମ୍ପୃକ୍ତି ପଦାକୁ ଆସିଲେ, ତାକୁ ମଧ୍ୟ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। 
ଆଜି ବାରଙ୍ଗ ଥାନା ବେଲଗଛିଆ ନିକଟ କୁଆଖାଇ ନଦୀବନ୍ଧରେ ଏକ ଶ୍ରମିକ ଦମ୍ପତି ଚାଲିଚାଲି ଯାଉଥିଲେ। ସେମାନଙ୍କ ଗତିବିଧି ସନ୍ଦେହଜନକ ଥିଲା। ମାଆ କାଖରେ କପଡ଼ାରେ ଗୁଡ଼ା ହୋଇଥିବା ଏକ ଶିଶୁ ଥିଲା। ହଠାତ୍ ମହିଳାଜଣକ କପଡ଼ାରେ ଗୁଡ଼ା ହୋଇଥିବା ଶିଶୁକୁ ଏକ ବୁଦା ଭିତରକୁ ଫିଙ୍ଗି ଦେଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ବୁଦା ଭିତରୁ ଶିଶୁର ମୃତଦେହକୁ ବାହାର କରିବା ପରେ ମହିଳାଜଣକ ହଠାତ୍ କାନ୍ଦି ଉଠିଲେ ଏବଂ ସାଙ୍ଗରେ ଥିବା ପୁରୁଷଜଣକ ଶିଶୁପୁତ୍ରର ତଣ୍ଟି ଚିପି ମାରିଦେଇଛି ବୋଲି କହିଥିଲେ। ତୁରନ୍ତ ଲୋକେ ବାରଙ୍ଗ ଥାନାକୁ ଜଣାଇଥିଲେ। ବାରଙ୍ଗ ପୁଲିସ ପହଞ୍ଚି ପଚରାଉଚରା କରିଥିଲା। ଜଣାପଡ଼ିଥିଲା ଯେ ମହିଳାଙ୍କ ନାମ ମାନ ସିଂ ଓ ପୁରୁଷଜଣକ ବବି ଦେହୁରି। ସେମାନେ ମୟୂରଭଞ୍ଜ ବାସିନ୍ଦା ଏବଂ ନନ୍ଦନକାନନ ଥାନା ଅଧୀନ ଶିଖରଚଣ୍ଡୀ ସାହିବସ୍ତିରେ ରହି ଜଣେ ଠିକାଦାର ପାଖରେ ଶ୍ରମିକ ଭାବେ କାମ କରୁଛନ୍ତି। ମହିଳାଜଣକ ବିବାହିତ ଓ ଦୁଇଟି ସନ୍ତାନର ଜନନୀ। ବବି ହେଉଛି ମହିଳାଙ୍କ ପ୍ରେମିକ। କିନ୍ତୁ ସେମାନେ ସ୍ବାମୀ-ସ୍ତ୍ରୀ ପରିଚୟ ଦେଇ ଏକାଠି ରହୁଥିଲେ। ବାରଙ୍ଗ ଥାନା ପୁଲିସଠାରୁ ସୂଚନା ପାଇ ନନ୍ଦନକାନନ ଥାନା ପୁଲିସ ପହଞ୍ଚିଥିଲା ଏବଂ ଶିଶୁର ମୃତଦେହ ଜବତ କରିବା ସହ ବବି ଓ ମାନକୁ ଥାନାକୁ ନେଇଥିଲା। 
ଗତକାଲି ରାତିରେ କୌଣସି କଥାକୁ ନେଇ ବବି ରାଗରେ ଶିଶୁପୁତ୍ରର ତଣ୍ଟି ଚିପି ଦେଇଥିଲା। ପିଲାଟି ମରିଯିବା ପରେ ଦୁହିଁଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ପ୍ରମାଣ ନଷ୍ଟ କରିବାକୁ ସେମାନେ ଉପାୟ ଚିନ୍ତା କରିଥିଲେ ଏବଂ ନଦୀ ବନ୍ଧରେ ବଣ ଭିତରେ ଫୋପାଡ଼ିବାକୁ ସକାଳୁ ସକାଳୁ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe