ଭୁବନେଶ୍ବର: ଗୁଟ୍ଖା ଖାଇଲେ, ସିଗାରେଟ୍ ଟାଣିଲେ। ପାନ ଦୋକାନୀ ଟଙ୍କା ମାଗିବାରୁ ଲଙ୍ଗଳା କରି ରାସ୍ତାରେ ଗଡ଼େଇ ତଡ଼େଇ ନିସ୍ତୁକ ପିଟିଲେ। ଏତିକିରେ ମନ ଶାନ୍ତି ହେଲାନି ଯେ ମାଡ଼ ମାରୁଥିବାର ଫଟୋ ଓ ଭିଡିଓ କରି ଦୋକାନୀଙ୍କ ଝିଅକୁ ପଠାଇଲେ। ବୁଲି ବୁଲି ନୂଆପଲ୍ଲୀର ପ୍ରାୟ ୪ଟି ସ୍ଥାନରେ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏପରିକି ପାନ ଦୋକାନୀ ଯାହାକୁ ଭଡ଼ାରେ ଘର ଦେଇଥିଲେ, ସେ ଘରେ ପଶି ଭଡ଼ାଟିଆଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଲେ। ଏ ହେଉଛି ଗୁରୁବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ବ୍ରିଟ୍ କଲୋନି ଅଞ୍ଚଳର ଘଟଣା।
ଘଟଣାକୁ ଇତିମଧ୍ୟରେ ପ୍ରାୟ ୪ ଦିନ ବିତିବାକୁ ବସିଥିଲେ ସୁଦ୍ଧା ନୂଆପଲ୍ଲୀ ପୁଲିସ ଜଣେ ହେଲେ ଅଭିଯୁକ୍ତକୁ ଧରିପାରିନାହିଁ। ଆକ୍ରମଣର ଶିକାର ଯୁବକ ହେଉଛନ୍ତି କାଳିଆ। ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଜାଣି ନ ଜାଣିଲା ଭଳି ବସିଛି। ହାତରେ ସିସିଟିଭି ଫୁଟେଜ୍ ଅଛି, ଅଥଚ ଅଭିଯୁକ୍ତ କିଏ ପୁଲିସ ଜାଣିପାରୁନି। ପୁଲିସ ଏବେ ବି କହୁଛି, ଘଟଣା ଦିନ ରାତିରେ କାଳିଆକୁ ହିଁ କେବଳ ଆକ୍ରମଣ ହୋଇଛି। ଆଉ କାହାକୁ ହୋଇନାହିଁ। କାରଣ ଥାନାକୁ ଅଭିଯୋଗ ଆସିନାହିଁ।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ରାତିରେ ନୂଆପଲ୍ଲୀର ପ୍ରାୟ ୭ଜଣ କଲେଜ ପଢ଼ୁଆ ଛାତ୍ର ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଛନ୍ତି। ପ୍ରଥମେ ସେମାନେ ପାନ ଦୋକାନୀ କାଳିଆକୁ ମାରିବା ପରେ ନୂଆପଲ୍ଲୀରେ ବୁଲି ବୁଲି ୪ଟି ଜାଗାରେ ଆତଙ୍କ ଖେଳାଇଥିଲେ। କାଳିଆ ଗୁରୁତର ଆହତ ହୋଇ ଏବେ କୋମାରେ ଅଛନ୍ତି ବୋଲି ପରିବାରଲୋକ ଜଣାଇଛନ୍ତି।
/sambad/media/post_attachments/wp-content/uploads/2022/04/Untitled-11-1.jpg) The Economic Times
 The Economic Timesସିସିଟିଭି ଫୁଟେଜ୍ ଥିବା ସତ୍ତ୍ବେ ପୁଲିସ ଧରିପାରୁନି
ସିଆର୍ପି ଫାଣ୍ଡି ପାଖରୁ ମାତ୍ର ୫ଶହ ମିଟର ଦୂର ଏବଂ ପାଖକୁ ଲାଗିଛି ସିବିଆଇ ଅଫିସ, ପାସପୋର୍ଟ ଅଫିସ୍ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ। ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିବା ପରେ ପୁଲିସ ଘଟଣାସ୍ଥଳରୁ ସିସି କ୍ୟାମେରା ଆଧାରରେ ଅଭିଯୁକ୍ତଙ୍କ ଫୁଟେଜ୍ ଜବତ କରିଛି। ହେଲେ ଅପରାଧୀଙ୍କ ପତ୍ତା ପାଉନି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୂଆପଲ୍ଲୀ ଗାଁର ପ୍ରାୟ ୭ଜଣ ଯୁବକ ଏଥିରେ ସଂପୃକ୍ତ ରହିଛନ୍ତି। ସେମାନେ କିଛି ଦିନ ହେବ ନୂଆପଲ୍ଲୀରେ ଆତଙ୍କ ସୃଷ୍ଟି କରିଥିଲେ। ଅପରପକ୍ଷେ ଗତ ନଭେମ୍ବରରେ ନୂଆପଲ୍ଲୀରେ ବୋମା ମାଡ଼ ଘଟଣାରେ ବି ପୁଲିସ ଏପର୍ଯ୍ୟନ୍ତ ଜଣେ ହେଲେ ଅପରାଧୀଙ୍କୁ ଧରିପାରିନାହିଁ। ଅପରାଧୀ ଏଠାରେ ସକ୍ରିୟ ଥିବା ବେଳେ ପୁଲିସ କୋମାକୁ ଚାଲିଯାଇଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭର ସହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/04/Man-Beaten-Hospitalized_Thumbnail.jpg)