ସାଇବର ଠକ କବଳରୁ ଟଙ୍କା ଫେରି ପାଇଲେ କିକ୍ ବକ୍ସର ଶେଖର ସୁମନ

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଗୋଲ୍ଡେନ୍ ଆଵାର୍ ଭିତରେ ବ୍ୟାଙ୍କ୍‌ରେ
ଅଭିଯୋଗ କରିବାରୁ ଟଙ୍କା ମିଳିଲା: ସାଇବର ବିଶେଷଜ୍ଞ

ଭୁବନେଶ୍ବର : ଗତ ମେ' ୨୦ ତାରିଖ କିକ୍ ବକ୍ସର ଶେଖର ସୁମନ ଦାସଙ୍କ କ୍ରେଡିଟ୍ କାର୍ଡର ଇନ୍ସୁରାନ୍ସ ନବୀକରଣ କରାଇବାକୁ ଆଳ କରି ତାଙ୍କ ଆକାଉଣ୍ଟରୁ ପ୍ରାୟ ୩୦ହଜାର ଟଙ୍କା ଠକି ନେଇଥିଲା ସାଇବର ଠକ। ‌ତେବେ ଶେଖର ଆଜି ଏହି ଟଙ୍କା ଫେରିପାଇଛନ୍ତି। କୌଣସି ସାଇବର ସେଲ୍ ସହଯୋଗରେ ନୁହେଁ; ବରଂ ବ୍ୟାଙ୍କ୍‌ର ଗୋଲ୍ଡେନ୍ ଆଵାର୍ ରୁଲ୍ ପାଇଁ ଏହି ସେ ଏହି ଟଙ୍କା ଫେରିପାଇଥିବା ଜଣାପଡ଼ିଛି।

ଗୋଲ୍ଡେନ୍ ଆଵାର୍ ନିୟମ ଅନୁଯାୟୀ, ଠକ ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା ନେବାର ଏକ ଘଣ୍ଟା ମଧ୍ୟରେ ଯଦି ସଂପୃକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଫୋନ୍ ଯୋଗେ ଘଟଣା ସଂପର୍କରେ ଅବଗତ କରାନ୍ତି; ତେବେ ଆପଣଙ୍କ ଆକାଉଣ୍ଟରୁ କଟିଥିବା ସମସ୍ତ ଟଙ୍କା ଆପଣ ଫେରିପାଇବେ। ଶେଖର ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବାରୁ ପ୍ରାୟ ୧୫ମିନିଟ୍ ମଧ୍ୟରେ ସଂପୃକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଫୋନ୍ ଯୋଗେ ଅଭିଯୋଗ କରିବା ସହିତ ତାଙ୍କ କ୍ରେଡିଟ୍ କାର୍ଡକୁ ରବ୍ଦ କରିବା ପାଇଁ କହିଥିଲେ। ଏହା ପରେ ସେ ଲିଖିତ ଆକାରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ଏଥିପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ୪୫ଦିନର ସମୟ ମାଗିଥିଲେ। ପ୍ରତିଦିନ ଏ ସଂପର୍କରେ ସେ ପଚାରି ବୁଝୁଥିଲେ। ଯେହେତୁ ସେ ଓଟିପି ନମ୍ବର ନିଜ ପକ୍ଷରୁ ଦେଇଛନ୍ତି, ସେଥିପାଇଁ ଟଙ୍କା ଫେରିବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ତେବେ ଗୋଲ୍ଡେନ୍ ଆଵାର୍ ନିୟମ ଅନୁସାରେ ଟଙ୍କା ସ୍ଥାନାନ୍ତରର ପ୍ରକ୍ରିୟାକରଣ ଏକ ଘଣ୍ଟା ପରେ ହେଉଥିବାରୁ ଉକ୍ତ ଟଙ୍କାକୁ ଅଧାରେ ବ୍ଲକ୍ କରାଯାଇଥିଲା। ଏହା ପରେ ଆକାଉଣ୍ଟରୁ କଟିଥିବା ସମସ୍ତ ଟଙ୍କା ଗତକାଲି ବିଳମ୍ବିତ ରାତିରେ ତାଙ୍କ ଆକାଉଣ୍ଟକୁ ଫେରିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe