‌ପୋଷ୍ଟ ଅଫିସ୍‌ରେ ବିକ୍ରି ହେବ ଏସ୍‌ଏଚ୍‌ଜି ଉତ୍ପାଦ

Advertisment

ଘରୁ ଚିଠି ଆଣିବେ ପୋଷ୍ଟମ୍ୟାନ୍‌, ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ହେବ ଡାକଟିକଟ

ଘରୁ ଚିଠି ଆଣିବେ ପୋଷ୍ଟମ୍ୟାନ୍‌, ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ହେବ ଡାକଟିକଟ

‌ପୋଷ୍ଟ ଅଫିସ୍‌ରେ ବିକ୍ରି ହେବ ଏସ୍‌ଏଚ୍‌ଜି ଉତ୍ପାଦ

ଭୁବନେଶ୍ବର: ଆଗରୁ ପୋଷ୍ଟମ୍ୟାନ୍‌ ଘରେ ନେଇ ଚିଠି ଦେଉଥି‌ଲେ। ଏବେ ଘରୁ ଯାଇ ଚିଠି ଆଣିବେ। ଲୋକମାନେ ଘରେ ବସି ବୁକିଂ କରିବେ। ସ୍ପିଡ୍‌ ପୋଷ୍ଟ, ପଞ୍ଜୀକୃତ ଚିଠି, ସାଧାରଣ ଡାକ, ବିଜିନେସ୍‌ ‌ଲେଟର୍‌ ପ୍ରଭୃତି ବୁକିଂ କରିବା ପରେ ପୋଷ୍ଟମ୍ୟାନ୍‌ ଘରେ ପହଞ୍ଚି ଚିଠି ଆଣିବ ଓ ଉପଯୁକ୍ତ ରସିଦ୍‌ ଦେବ। ଡାକ ସେବାକୁ ସହଜଲବ୍ଧ କରିବା ପାଇଁ ଏଭଳି ଏକ ବ୍ୟବସ୍ଥା କରିବାକୁ ଯାଉଛି ଡାକ ବିଭାଗ। ବିଶ୍ବ ଡାକ ସପ୍ତାହ ପାଳନ ଅବସରରେ ଆସନ୍ତାକାଲି (ମଙ୍ଗଳବାର) ପାଳିତ ହେବାକୁ ଥିବା ମେଲ୍‌ ଓ ପାର୍ସଲ ଦିବସ ଅବସରରେ ଏହି ସେବା ପାଇଁ ସ୍ବତନ୍ତ୍ର ଆପ୍‌ ଲୋକାର୍ପିତ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲ ନିର୍ଦ୍ଦେଶକ (ଡାକସେବା) ସୁବାସ ଚନ୍ଦ୍ର ବାରିକ।

ଆଜି ଅପରାହ୍‌ଣରେ ପୋଷ୍ଟମାଷ୍ଟର୍‌ ଜେନେରାଲଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାରିକଙ୍କ ସହ ଉପସ୍ଥିତ ଥିବା ସହକାରୀ ପୋଷ୍ଟମାଷ୍ଟର ଜେନେରାଲ (ଭିଜିଲାନ୍ସ) ଶୁଚିସ୍ମିତା ସ୍ବାଇଁ ସୂଚନା ଦେଇ କହିଥିଲେ ଯେ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଡାକସେବାକୁ ଆହୁରି ଲୋକପ୍ରିୟ କରିବା ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଲୋକମାନେ ଯେଭଳି ହାତପାଆନ୍ତାରେ ଡାକ ସେବା ପାଇବେ, ସେଥିପାଇଁ ପ୍ରତି ୫ କିଲୋମିଟର ବ୍ୟବଧାନରେ ପୋଷ୍ଟ ଅଫିସ୍‌ ଖୋଲିବ। ୨୦୨୩ ସୁଦ୍ଧା ରାଜ୍ୟରେ ୪୧୬ଟି ନୂଆ ପୋଷ୍ଟ ଅଫିସ୍‌ ଖୋଲିବାକୁ ଯୋଜନା ରହିଛି। ପୋଷ୍ଟ ଅଫିସ୍‌ରେ ଏବେ ସ୍ବୟଂସହାୟକ ଗୋଷ୍ଠୀ ନିଜର ଉତ୍ପାଦ ବିକ୍ରି କରିପାରିବେ। ବିଭିନ୍ନ ଉତ୍ପାଦ ପଞ୍ଜୀକୃତ ହେବା ପରେ ତାଲିକା ପ୍ରକାଶ ପାଇବ। ସେହି ତାଲିକାରୁ ଗ୍ରାହକମାନେ ନିଜ ନିଜ ପସନ୍ଦର ସାମଗ୍ରୀ ଡାକ ଯୋଗେ କିଣିପାରି‌ବେ। ଭାରତର ଉତ୍ତର ପୂର୍ବାଞ୍ଚଳରେ ଏହି ବ୍ୟବସ୍ଥା ସଫଳ ହୋଇଛି। ଏଣୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି।

ଆସନ୍ତାକାଲି ଡାକ ବିଭାଗ ଫିଲାଟେଲେ ଦିବସ ଓ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେବାକୁ ଯାଉଛି। ଏଥିରେ ପ୍ରଥମଥର ପାଇଁ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ବମାନଙ୍କ ସ୍ମୃତିରେ ଡାକଟିକଟ ଉନ୍ମୋଚିତ ହେବ। ଏଥିରେ ପଣ୍ଡିତ ନୀଳକଣ୍ଠ ଦାସ, ପାର୍ବତୀ ଘୋଷ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହପାତ୍ରଙ୍କ ସମେତ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ରହିଛନ୍ତି। ଏହାସହ ଓଡ଼ିଶାର ସଂସ୍କୃତିକୁ ନେଇ ମଧ୍ୟ ଡାକଟିକଟ୍‌ ଉନ୍ମୋଚିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe