ସିମଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’

Advertisment
ସିମଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’

ଭୁବନେଶ୍ବର: ସିମ୍‌ଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ଡାଲ୍‌ଚିନି’ ପ୍ରଦର୍ଶିତ ହୋଇଛି। ଏଥିସହ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଏହା ପୁରସ୍କୃତ ମଧ୍ୟ ହୋଇଛି। ରିତୁପ୍ରିୟା ପ୍ରଡକ୍ସନ୍ସର ବଡ଼ ବଜେଟ୍‌ର ଚଳଚ୍ଚିତ୍ର ହେଉଛି ‘ଡାଲଚିନି’। ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଦେଶବିଦେଶରୁ ଆସିଥିବା ବହୁ ଚଳଚ୍ଚିତ୍ର ମଧ୍ୟରେ ଏକମାତ୍ର ଓଡ଼ିଆ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଭାବେ ସ୍ଥାନ ପାଇଛି। ମହୋତ୍ସବରେ ପ୍ରଯୋଜକ ଶ୍ରୀ ରାଉତ ଓ କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ରୀୟ ପ୍ରଧାନ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।

ପ୍ରଯୋଜକ ଶ୍ରୀ ରାଉତ ଦୀର୍ଘ ଦିନ ପରେ ଏକ ବଡ଼ ବଜେଟ୍‌ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଚଳଚ୍ଚିତ୍ରଟି ଓଡ଼ିଶାର ପର୍ଯ୍ୟଟନସ୍ଥଳରେ ବୁଲିବାର ଅନୁଭୂତିକୁ ନେଇ ନିର୍ମିତ ହୋଇଛି। ଶିଶିର ସାହୁ ଓ ପିନାକୀ ସିଂହ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଜିତେନ୍ଦ୍ରୀୟ କାହାଣୀ ଓ ସଂଳାପ ମଧ୍ୟ ‌ଲେଖିଥିଲେ। ଭାରତର ସ୍ବନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଜେରି ସିଲବଭେଷ୍ଟର୍ ଭିନସେନଟ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସୁପ୍ରିୟା ରାଉତଙ୍କ ସହ-ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ପାର୍ଥସରଥୀ ରାୟ ଓ ସୂର୍ଯ୍ୟମୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ୍‌ ଅନୁଷ୍ଠାନର ଅଭିଜ୍ଞ ଓ ଅନୁଭବୀ କୁଶଳୀ ଟେକ୍ନିସିଆନ୍‌ଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। ଯୁବପିଢ଼ିଙ୍କୁ ନଜରରେ ରଖି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe