ସରିଲା ‘ଶିଶିର ସରସ’: ୧୦ ଦିନରେ ୮ କୋଟିର ବେପାର

Advertisment
ସରିଲା ‘ଶିଶିର ସରସ’: ୧୦ ଦିନରେ ୮ କୋଟିର ବେପାର

ଭୁବନେଶ୍ବର: ଓରମାସ୍‌ ପକ୍ଷରୁ ଆୟୋଜିତ ଜାତୀୟ ହସ୍ତଶିଳ୍ପ ମେଳା ଶିଶିର ସରସ-୨୦୨୧ ଆଜି ଉଦ୍‌ଯାପିତ ହୋଇଛି। ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଡିସେମ୍ବର ୨୮ରୁ ୧୦ଦିନ ଧରି ଚାଲଥିବା ଏହି ମେଳାରେ ମୋଟ ୮କୋଟି ୮ଲକ୍ଷ ଟଙ୍କାର ବେପାର ହୋଇଛି। ଉଦ୍‌ଯାପନୀ ଉତ୍ସବରେ ୯ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନୀ ଓ ବିକ୍ରିବଟା ପାଇଁ ୬ଟି ଷ୍ଟଲକୁ ପୁରସ୍କୃତ କରାଯାଇଛି। ହସ୍ତଶିଳ୍ପ ଓ ଘର ସାଜ୍ଜସଜ୍ଜା ସାମଗ୍ରୀ କ୍ଷେତ୍ରରେ ସର୍ବାଧିକ ବିକ୍ରି ପାଇଁ ପୁରୀ ଜିଲ୍ଲାର ଓମ୍ ଗାୟତ୍ରୀ ଜୁଟ୍ କ୍ଲଷ୍ଟର୍ ଏବଂ ଖାଦ୍ୟ ସାମଗ୍ରୀ ଓ ମସଲା ସର୍ବାଧିକ ବିକ୍ରି ପାଇଁ ନୂଆପଡ଼ାର ମା’ ସୁନାଦେଇ ଉତ୍ପାଦକ କମ୍ପାନିକୁ ସମ୍ବର୍ଦ୍ଧିତ କରାଯାଇଛି।

ଉଦ୍‌ଯାପନୀ ସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଏ.କେ ମୀନା, ଓରମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ବାଦଲ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଆର୍ଥିକ) ବନିତା ସେଠୀ, ଓରମାସ୍‌ ମାର୍କେଟିଂ ବିଭାଗ ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜୟ କର ପ୍ରମୁଖ ଉପସ୍ଥିତ ଥିଲେ। ମେଳାରେ ୨୨ଟି ରାଜ୍ୟର ଗ୍ରାମୀଣ କାରିଗରଙ୍କ ସହ ଓଡ଼ିଶାର ସମସ୍ତ ଜିଲ୍ଲାର ସ୍ବୟଂସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ। ମେଳାରେ ୩୦୦ଟି ଷ୍ଟଲ୍ ଖୋଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe