ନିରାଡ଼ମ୍ବରରେ ହେବ ଶିବ ବିବାହ ଓ ଶୀତଳଷଷ୍ଠୀ

Advertisment
ନିରାଡ଼ମ୍ବରରେ ହେବ ଶିବ ବିବାହ ଓ ଶୀତଳଷଷ୍ଠୀ

YouTube

ପୁରୁଣା ଭୁବନେଶ୍ୱର : କଟକଣାରେ ଏକାମ୍ର କ୍ଷେତ୍ରରେ ପାଳିତ ହେବ ପବିତ୍ର ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ରୁକୁଣା ରଥ ଓ ଚନ୍ଦନ ଯାତ୍ରା ଭଳି ଚଳିତବର୍ଷ ଏହି ଦିବ୍ୟ ଉତ୍ସବ କରୋନା ପାଇଁ ବିନା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ। ମାତ୍ର ୭ଜଣ ସେବାୟତଙ୍କ ଉପସ୍ଥିତରେ ବିବାହ ସମ୍ପନ୍ନ ହେବ। ମନ୍ଦିର ପ୍ରଶାସନ ସେବାୟତମାନଙ୍କ ତାଲିକା ପ୍ରସ୍ତୁତ କରି ବିଏମସି କମିସନରଙ୍କୁ ଦେବେ। ବିବାହ ଦିନ ରାତି ୧୧ଟା ସୁଦ୍ଧା ଠାକୁର ବାହାରିବେ। ଖୋଦ୍‌ ଡିସିପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ।

ତିଥି ଅନୁସାରେ ଚଳିତ ମାସ ୧୫ ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ୧୬ରେ ଶୀତଳଷଷ୍ଠୀ ଯାତ୍ରା। ଲକ୍‌ଡାଉନ୍‌ କଟକଣା ଯୋଗୁଁ ‌ନିରାଡ଼ମ୍ବର ଭାବେ ବିଏମ୍‌ସି ମାଗଦର୍ଶିକା ଅନୁଯାୟୀ ଏହି ଉତ୍ସବ ପାଳନ କରାଯିବ। ଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ ଓ ପୁଲିସ କର୍ମଚାରୀମାନଙ୍କ ଆର୍‌ଟି-ପିସିଆର୍ କୋଭିଡ୍‌ ପରୀକ୍ଷା କରାଯିବ। ଯାତ୍ରା ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ସାନିଟାଇଜ୍ କରାଯିବ। ସେହିଭଳି ଠାକୁରଙ୍କ ଭୋଗ ଖାଇବା ସ୍ଥାନଗୁଡ଼ିକୁ ମଧ୍ୟ ସାନିଟାଇଜ୍‌ କରାଯିବ। ଯାତ୍ରାରେ ସେବାୟତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଓ ସମସ୍ତେ ସାମାଜିକ ଦୂରତା ରକ୍ଷା‌ ନିୟମ ମାନିବେ। ଦୈନିକ ସମସ୍ତ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ରାସ୍ତାରେ ଆଲୋକ ସଜ୍ଜା ହେବ ନାହିଁ କି ବାଜା, ବାଣ ରୋଶଣୀ ସଜ୍ଜିତ ଶୋଭାଯାତ୍ରା ଓ ପଟୁଆର ହେବ ନାହିଁ। କେବଳ ପାରମ୍ପରିକ ଘଣ୍ଟ ଓ କାହାଳୀ ଧ୍ବନିରେ ଦେବ ଦମ୍ପତିଙ୍କୁ ନଗର ପରିକ୍ରମା କରାଯିବ। ସୂଚନାଯୋଗ୍ୟ ୧୪ତାରିଖରେ ଅର୍ଥାତ୍‌ ବିବାହ ପୂର୍ବ ଦିନ ବିଧି ମୁତାବକ ଶୁଭମଙ୍ଗନ ବା ମଙ୍ଗଳକୃତ୍ୟ ପର୍ବ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe