ଭୁବନେଶ୍ବର: ପ୍ରାଚୀନ କଳିଙ୍ଗର ସୁପ୍ରସିଦ୍ଧ ‘ନୌବାଣିଜ୍ୟ’ ପରମ୍ପରା ଓ ସାଧବମାନଙ୍କର ସ୍ୱର୍ଣ୍ଣିଳ ଇତିହାସକୁ ଆଧାର କରି ସୁଟିଂ ଚାଲିଛି ଟେଲି ଫିଲ୍ମ ‘ବାଲିଯାତ୍ରା’। ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ କାବ୍ୟାତ୍ମକ ଅନୁସୃଜନ ଉପରେ ଆଧାରିତ ଏକ ଗୌରବୋଜ୍ବଳ ନାଟ୍ୟ ରୂପାନ୍ତରଣ ହେଉଛି ଏହି ଟେଲି ଫିଲ୍ମ। ଏହାର ପରିକଳ୍ପନା ଓ ଗୀତ ରଚନା ସାଙ୍ଗକୁ ସଙ୍ଗୀତ ନିର୍ଦ୍ଦେଶନାର ଗୁରୁ ଦାୟିତ୍ୱ ବହନ କରିଛନ୍ତି ନିଜେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ। ନିର୍ଦ୍ଦେଶନା ଦେଉଛନ୍ତି ବିନି ସାମଲ। ‘ସାଇଶ୍ରଦ୍ଧା ପ୍ରଡକ୍ସନ’ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ନାଟ୍ୟାୟନଟିକୁ ଦେଶବିଦେଶରେ ପହଞ୍ଚାଇବା ତଥା ଅତୀତର ଗୌରବ ଗାଥାକୁ ପୁନର୍ଜୀବିତ କରିବା ଲାଗି ଏହି ଅନନ୍ୟ ପ୍ରୟାସ ବୋଲି ନିର୍ମାତାମାନେ କହିଛନ୍ତି। ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଅଶ୍ରୁ୍ମୋଚନ ମହାନ୍ତି, ଶ୍ରୀତମ ଦାସ, ସୁକାନ୍ତ ରଥ, ଅଖିଳ ପଟ୍ଟନାୟକ, ସାହେବ ସିଂ, ସୋହମ, ଶୁଭାଶିଷ, ଶକ୍ତି ବରାଳ, ଶମ୍ଭୁ ଖୁଣ୍ଟିଆ, ମିଲୁ, ହିତୈଶା ବାଗ, ଲଭରିନ ଖାନ, ସୌମ୍ୟା ସୁଚରିତା ସାହୁ, ସୁଶ୍ରୀ ସଙ୍ଗୀତା ବେହେରା, ମାମାଲି ସାହୁ, ଲିପ୍ସା ମହାରଣା ଓ ପ୍ରିୟଙ୍କା ସାହୁ। କୋରିଓଗ୍ରାଫିରେ ଅଛନ୍ତି ବବି ଇସଲାମ। ପାରିକୁଦ ଓ ଭିଙ୍ଗାରପୁରଠାରେ ଏହାର ସୁଟିଂ ଚାଲିଛି। ଆସନ୍ତା ୫ ରିଖରେ ଉତ୍କଳ ମଣ୍ଡପରେ ଏହା ରାଜ୍ୟପାଳଙ୍କ ହାତରେ ଲୋକାର୍ପିତ ହେବ। ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କ ମାର୍ଗଦର୍ଶନ ଓ ବିନି ସାମଲଙ୍କ ପ୍ରଚେଷ୍ଟାରେ ‘ଜଗନ୍ନାଥଙ୍କ ନବକଳେବର’ର ସଫଳତା ପରେ ‘ବାଲିଯାତ୍ରା’ର ନାଟ୍ୟାଭିନୟ ସଫଳ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି
ସୁଟିଂ ଚାଲିଛି ‘ବାଲିଯାତ୍ରା’
Advertisment
Follow Us