ଜଳିଲା ଜଳଖିଆ ଦୋକାନ

Advertisment
ଜଳିଲା ଜଳଖିଆ ଦୋକାନ

ଖଣ୍ଡଗିରି : ସୋମବାର ସନ୍ଧ୍ୟା ପ୍ରାୟ ୬ଟାବେଳେ ଖଣ୍ଡଗିରି ବସ୍ ଟର୍ମିନାଲ୍‌ ନିକଟରେ ଏକ ଉଠା ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଘଟଣରେ ଦୋକାନଟି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିନ୍ତୁ କିଛି ଯୁବକ ସାହସ କରି ଗ୍ୟାସ୍‌ ଟାଙ୍କିକୁ ବାହାର କରି ନେବାରୁ ଏକ ବଡ଼ ଧରଣର ବିପଦ ଟଳି ଯାଇଥିଲା। ସୂଚନାନୁସାରେ ବସ୍ ଟର୍ମିନାଲ୍ ନିକଟ ଫୁଟ୍‌ପାଥ୍‌ ଉପରେ ଜଣେ ଉଠା ଦୋକାନୀଙ୍କ ଜଳଖିଆ ଦୋକାନରେ ହଠାତ୍ ନିଅାଁ ଲାଗି ଯାଇଥିଲା। ଗ୍ୟାସ୍‌ ଟାଙ୍କି ଲିକ୍‌ ହେବା କାରଣରୁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ଫଳରେ ଦୋକାନର ଆସବାବପତ୍ର ହୁତ୍‌ହୁତ୍‌ ହୋଇ ଜଳି ଉଠିଥିଲା। ସେହି ସମୟରେ ବସ୍ ଟର୍ମିନାଲ୍‌ରେ ପ୍ରାୟ ୫ଟି ବସ୍ ପର୍ଯ୍ୟଟକଙ୍କୁ ଧରି ଅପେକ୍ଷା କରିଥିଲା। ଗୋଟିଏ ବସ୍‌ରେ ସ୍କୁଲ୍ ପିଲା ଥିଲ‌‌େ। ଗ୍ୟାସ୍ ଲିକ୍‌ ଯୋଗୁଁ ନିଅାଁ ଲାଗିଥିବାରୁ ସେଠାରେ କୋକୁଆ ଭୟ ଖେଳି ଯାଇଥିଲା। ବସ୍‌ରୁ ଓହ୍ଲାଇ ପର୍ଯ୍ୟଟକମାନେ ପ୍ରାଣ ବିକଳରେ ଏଣେତେଣେ ଦଉଡ଼ିଥିଲେ। କିନ୍ତୁ ସେତିକିବେଳେ ୨ ଜଣ ଯୁବକ ସାହସ କରି ଗ୍ୟାସ୍ ଟାଙ୍କିକୁ ବନ୍ଦ କରିବା ସହ ତାହାକୁ କାଢ଼ି ବାହାରକୁ ନେଇ ଆସିଥିଲେ। ପରେ ଅନ୍ୟମାନେ ପାଣି ଢ଼ାଳି ନିଅାଁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe