Fire in shop: ଅଗ୍ନିକାଣ୍ଡରେ ଦୋକାନୀ ଦୀବନ୍ତଦଗ୍ଧ

ସହିଦନଗର ହାଟ ନିକଟରେ ଥିବା ଏକ ଦୀପ ଦୋକାନରେ ଅଗ୍ନିକାଣ୍ଡ ଘଟି ବାଲିପାଟଣା ଥାନା ବନମାଳିପୁର ଅଞ୍ଚଳର କୁଳମଣି ସାହୁ(୮୦) ଜୀବନ୍ତ ଜଳିଯାଇଛନ୍ତି। ଏନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

fire

ଭୁବନେଶ୍ବର: ସହିଦନଗର ହାଟ ନିକଟରେ ଥିବା ଏକ ଦୀପ ଦୋକାନରେ ଅଗ୍ନିକାଣ୍ଡ ଘଟି ବାଲିପାଟଣା ଥାନା ବନମାଳିପୁର ଅଞ୍ଚଳର କୁଳମଣି ସାହୁ(୮୦) ଜୀବନ୍ତ ଜଳିଯାଇଛନ୍ତି। ଏନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅଗ୍ନିକାଣ୍ଡ ଯୋଗୁ ଆଖପାଖର ୩ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ମୁତାବକ, ସହିଦନଗର ହାଟ ପାଖ‌ରେ ଥିବା ଦୋକାନଗୁଡ଼ିକୁ ବନ୍ଦକରି କେତେକ ଦୋକାନୀ ତା’ ଭିତରେ ଶୋଇଯାଇଥିଲେ। ରାତି ପ୍ରାୟ ୪ଟା ବେଳେ ଶୀତୁଆ ରାତିରେ ହଠାତ୍‌ ତାତି ବଢ଼ିଯାଇଥିଲା। ଅସହ୍ୟ ତାତି ସହି ନପାରି ଦୋକାନ ଭିତରେ ଶୋଇଥିବା କିଛି ଦୋକାନୀ ଉଠିପଡ଼ିଥିଲେ। ଉଠିବା ବେଳକୁ ଦୋକାନଗୁଡ଼ିକ ହୁତୁହୁତୁ ହୋଇ ଜଳୁଥାଏ। ଏଭଳି ସ୍ଥିତି ଦେଖି ଜୀବନ ବିକଳରେ ଦୋକାନରୁ ବାହାରି ପାଟିକରିଥିଲେ। ପାଟିଶୁଣି ଆଖପାଖ ଦୋକାନୀ ବି ଉଠିପଡ଼ିଥିଲେ। ଅଣାୟତ୍ତ ନିଆଁ ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ୩ଟି ଦୋକାନର ପାଖାପାଖି ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଅଗ୍ନିଶମ ବାହିନୀ ଘଣ୍ଟାଏ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା।

ହେଲେ ଦୀପ ଦୋକାନ ଭିତରେ ରହିଥିବା କୁଳମଣି ବାହାରି ପାରି ନଥିଲେ। ଦୋକାନ ଭିତରେ କୁଳମଣି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅଗ୍ନିଶମ ଟିମ୍‌ କୁଳମଣିଙ୍କ ଅର୍ଦ୍ଧଦଗ୍ଧ ମୃତହେଦ ଉଦ୍ଧାର କରିଥିଲା। ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଅନ୍ୟପଟେ ଅଗ୍ନିକାଣ୍ଡ କିଭଳି ଘଟିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ଘଟିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe