ଭୁବନେଶ୍ବର: ପରିଚୟ ଫାଉଣ୍ଡେସନ୍ର ୪ର୍ଥ ‘ଶ୍ରୀ ସମ୍ମାନ’ ଉତ୍ସବ ଆଜି ହୋଟେଲ କ୍ରାଉନ୍ଠାରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ସୋନାଲ୍ ମାନସିଂହ, ସ୍ବତନ୍ତ୍ର ଅତିଥି ଭାବେ କୋଲକାତାରେ ଅବସ୍ଥାପିତ ଚୀନ୍ର ବାଣିଜ୍ୟିକ ଦୂତାବାସ ଅଧିକାରୀ ଝା ଲିଓ ଓ ସମ୍ମାନିତ ଅତିଥି ଭାବେ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅଜୟ ଅଗ୍ରୱାଲ, ନୀଳମାଧବ ରଥ, ବିଚିତ୍ରାନନ୍ଦ ସ୍ବାଇଁ, ଉତ୍ତମ ତ୍ରିପାଠୀ, ମଧୁସୂଦନ ଦାସ, ଧୀରେନ୍ଦ୍ର ଠାକୁର, ସତ୍ୟବ୍ରତ ମୀନକେତନ, ପ୍ରଣବ କେ ପାଣି, ଶିବ ମହାନ୍ତି, ପ୍ରଭାତ ବରାଳ, ପୀୟୂଷ ରଞ୍ଜନ ରାଉତ, ଅବିନାଶ ନନ୍ଦ, ମନୋଜ ସାହୁ ଓ ସମୀର ସାମଲ ପ୍ରମୁଖଙ୍କୁ ‘ଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହାସହ ଫନି ପରେ ରାଜ୍ୟକୁ ପୁନରୁଦ୍ଧାର କରିବା ନିମନ୍ତେ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ୟେହ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶା ସ୍ବତନ୍ତ୍ର ରିଲିଫ୍ କମିସନ୍ର ବିଷ୍ଣୁପଦ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ବତନ୍ତ୍ର ଅତିଥି ଝା ଲିଓ ଫନି କ୍ଷତିଗ୍ରସ୍ତ ଅଞ୍ଚଳର ମହିଳାମାନଙ୍କ ଆର୍ଥିକ ପ୍ରଗତି ଓ ମହିଳା ସଶକ୍ତିକରଣ ନିମନ୍ତେ ୧.୫ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସଭାପତି ରୋଜାଲିନ୍ ପାଟ୍ଟଶାଣୀ ଧନ୍ୟବାଦ ଜଣାଇଥିଲେ। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଅଭିନେତା କୁନା ତ୍ରିପାଠୀ ଉପସ୍ଥିତ ଥିଲେ। ଦୀକ୍ଷା ତିୱାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us