ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ‘ଓଡ଼ିଶାରେ ତନ୍ତ୍ର ପରମ୍ପରା ଓ ଶ୍ରୀଜଗନ୍ନାଥ’ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆଜି ରାଜ୍ୟ ଅଭିଲେଖାଗାରଠାରେ ଉଦ୍ଘାଟିତ ହୋଇଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦର ସଭାପତି ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷାବିତ୍ ବିଜୟାନନ୍ଦ କର ଓ ଅବସରପ୍ରାପ୍ତ ପୁଲିସ ନିର୍ଦ୍ଦେଶକ ସାରଙ୍ଗଧର ରାୟଗୁରୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ଦ୍ୱାରା ସଂପାଦିତ ‘ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥ’, ଇଂରାଜୀ ପୁସ୍ତକ ‘ଦ ସାକ୍ରେଡ୍ ହେରିଟେଜ୍ ଅଫ୍ ଲର୍ଡ ଜଗନ୍ନାଥ’, ‘ରତ୍ନ ସିଂହାସନରେ ଶ୍ରୀ ଦେବୀ’ ଓ ‘ପ୍ରତୀଚୀ ଲଲାଟେ ପ୍ରତୀତିଟିକା’ ଆଦି ପୁସ୍ତକ ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ମଥୁରେନ୍ଦ୍ର ପୃଷ୍ଟି ସଂପାଦକୀୟ ବିବରଣୀ ପାଠ କରିଥିଲେ। କଥାକାର ଅସିତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅନୁଷ୍ଠାନର ଉପସଭାପତି ରାଧାଶ୍ୟାମ ପାତ୍ର ଧନ୍ୟବାଦ ଜଣାଇଥିଲେ। ଭାସ୍କର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଷଷ୍ଠ ଜାତୀୟ ପାଠ୍ୟଚକ୍ର ଆୟୋଜିତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us