ଶ୍ରୀଲିଙ୍ଗରାଜ ମନ୍ଦିରକୁ ଖୋଲିଲା ବିକଳ୍ପ ରାସ୍ତା

Advertisment
ମହାଶିବରାତ୍ରି ସମନ୍ୱୟ ବୈଠକ: ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଏବଂ ବିନ୍ଦୁ ସାଗର‌ କୂଳରେ ଅଧିକାଂଶ ସମୟରେ ଦେଖାଯାଉଥିବା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିକଳ୍ପ ରାସ୍ତା ଖୋଲାଯାଇଛି। ଏହି ରାସ୍ତା ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ କେନ୍ଦ୍ରୀୟ ଉଚ୍ଛେଦ ପରିଚାଳନା କମିଟି ପକ୍ଷରୁ ଏହାକୁ ଆଜି ଜବରଦଖଲମୁକ୍ତ କରାଯାଇଛି। ଏହାଦ୍ବାରା ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂଆକରି ନିର୍ମାଣ ହୋଇଥିବା ମାର୍କେଟ୍‌ କମ୍ପ୍ଲେକ୍ସ ଏବଂ ପାର୍କିଂ ଅଞ୍ଚଳକୁ ଗାଡ଼ିଗୁଡ଼ିକ ସହଜରେ ଯାତାୟାତ କରିପାରିବ। ଗ୍ୟାରେଜ୍ ଛକ ଏବଂ ସାମନ୍ତରାପୁର ପାର୍ଶ୍ବରୁ ଯେଉଁ ବସ୍‌ ଓ ଗାଡ଼ି ଲିଙ୍ଗରାଜ ମନ୍ଦିରକୁ ଆସୁଛି ସେଗୁଡ଼ିକ ରାସ୍ତା ଉପରେ ପାର୍କିଂ ନକରି ଏଠାରେ ପାର୍କିଂ କରିବେ। ସେହିପରି ଅନନ୍ତ ବାସୁଦେବ ମନ୍ଦିର ସମ୍ମୁଖରେ ମହାପ୍ରସାଦ ପାଇଁ ଯେଉଁ ଭିଡ଼ ଜମୁଥିଲା ଏବଂ ଲୋକମାନେ ଗାଡ଼ି ନେଇ ଯାତାୟାତ କରୁଥିଲେ ସେମାନେ ଏବେ ମାର୍କେଟ୍ କମ୍ପ୍ଲେକ୍ସ ସମ୍ମୁଖ ରାସ୍ତା ଦେଇ ଯାତାୟାତ କରିବେ। ଏହି ନୂଆ ରାସ୍ତା କୋଟିତୀର୍ଥ ଲେନ୍ ଏବଂ ଦେବୀ ପାଦହରାକୁ ସଂଯୋଗ କରିବ।

ସୂଚନ‌ାଯୋଗ୍ୟ ଯେ, ଖୁବ୍ ଶୀଘ୍ର ବିନ୍ଦୁସାଗର, ଅନନ୍ତ ବାସୁଦେବ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ସଂଯୋଗକାରୀ ରାସ୍ତାରେ କୌଣସି ଗାଡ଼ି ଛଡ଼ାଯିବନି। ଏଠାରେ ଲୋକମାନେ କେବଳ ଚାଲି ଚାଲି ଯିବେ। ଦିନବେଳା ବିନ୍ଦୁସାଗର କୂଳରେ ଲୋକମାନେ ଶ୍ରାଦ୍ଧ କରୁଥିବାବେଳେ ସଂଧ୍ୟାରେ ବିନ୍ଦୁସାଗରରେ ମଲ୍ଟିମିଡିଆ ଲେଜର୍ ସୋ’ ହେଉଛି। ଏହାକୁ ନଜରରେ ରଖି ଏହିଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ବିଡିଏର ଏନଫୋର୍ସମେଣ୍ଟ ସଦସ୍ୟ ଭବାନୀ ଶଙ୍କର ଚଇନିଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଛେଦକାରୀ ଟିମ୍ ଏହି ଜବରଦଖଲ ହଟାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe