ଭୁବନେଶ୍ୱର: ସତ୍ୟର କୌଣସି ସମର୍ଥକ ଲୋଡ଼ା ହୁଏନି। ଏହା ନିଜେ ନିଜେ ପ୍ରତିଷ୍ଠିତ। ତେବେ ସତ୍ୟର ପ୍ରସାର ନିମନ୍ତେ କାନ୍ଧର ଆବଶ୍ୟକତା ରହିଛି। ସତ୍ୟର ଯେତେ ପ୍ରସାର ହେବ, ପୃଥିବୀରେ ସୁଖ, ଶାନ୍ତି ସେତେ ବିରାଜମାନ ହେବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଇଡ୍କଲ୍ ଅଡିଟୋରିୟମ୍ରେ ଆଜି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଶ୍ରୀଗୁରୁ ଭାଗବତର ମୋବାଇଲ୍ ଆପ୍ ଓ ବ୍ରେଲି ସଂସ୍କରଣର ଉନ୍ମୋଚନ କରି ରାଜ୍ୟପାଳ କହିଲେ, ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡର ଚେତନା ଅନୁଭବ କରାଉଥିବା ବ୍ୟକ୍ତି ହିଁ ଗୁରୁ। ମାନବୀୟ ଚେତନା ଓ ଐଶ୍ୱରୀୟ ଚେତନାର ମିଶ୍ରଣ ଓ ସମନ୍ଵୟ ଗୁରୁଙ୍କ ମାଧ୍ୟମରେ ହୋଇଥାଏ। ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ଉପସ୍ଥିତ ରହି ନିଜ ସାରସ୍ୱତ ସାଧନାର ଅନୁଭବ ଓ ଉପଲବ୍ଧି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଶ୍ରୀଗୁରୁ ଭାଗବତ ହେଉଛି ବାସ୍ତବରେ ଭାଗବତ ଆଲେଖ୍ୟ। ଏହା ମାଧ୍ୟମରେ ସମାଜ, ସଂସ୍କୃତି, ସାହିତ୍ୟ ଓ ସଙ୍ଗୀତର ସମୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ମଧୁମିତା ଦାସ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଫେସର୍ ସଞ୍ଜୟ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us