ପୁରୁଣା ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ହୋଇପାରିଲା ନାହିଁ ହାଣ୍ଡିଭଙ୍ଗା ଯାତ। ସପ୍ତାହେ କାଳ ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ବର ମନ୍ଦିରର ଟ୍ରଷ୍ଟବୋର୍ଡ ସହ ପ୍ରଶାସନିକ ବୈଠକ ବାରମ୍ବାର ଅନୁଷ୍ଠିତ ହେବା ପରେ ବି ଏହି ପ୍ରାଚୀନ ପରମ୍ପରା ଓ ନୀତି ବନ୍ଦ ହୋଇଗଲା। କପିଳେଶ୍ବରଙ୍କ ଖୁଣ୍ଟିଆ ସେବାୟତ ଓ ମଲିଆ ସେବାୟତଙ୍କ ମଧ୍ୟରେ ଲାଗିଥିବା ବିବାଦ ପାଇଁ ପୂର୍ବରୁ ୧୧ବର୍ଷ ଧରି ଏହି ପରମ୍ପରା ବନ୍ଦ ରହିଥିଲା। ତେଣୁ ଚଳିତ ବର୍ଷ ଯେମିତି ହେଉ ଏହି ଦେବନୀତି ରକ୍ଷା କରିବାକୁ ସବୁ ମହଲରୁ ଘନଘନ ଉଦ୍ୟମ ଜାରି ରହିଥିଲା ଏବଂ ପୁଣି ହାଣ୍ଡିଭଙ୍ଗା ଯାତ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଶେଷରେ ସବୁ ଉଦ୍ୟମ ବିଫଳ ହୋଇଛି। ପ୍ରଶାସନର ୭ଦିନର କସରତ ଫସର ଫାଟିଯାଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପ୍ରଭୁ କପିଳେଶ୍ବରଙ୍କ ଭେଟ ଆଳତି ହୋଇପାରିଲା ନାହିଁ ଏବଂ ଏଥିସହିତ ମହାପ୍ରଭୁ ଲିଙ୍ଗରାଜଙ୍କୁ ଓଳିଏ ଖାଡ଼ା ଉପାସ ରହିବାକୁ ପଡ଼ିଛି।
Arrest: ଗହଣା ଚୋରି ମାମଲା: ୨୪ ଘଣ୍ଟା ମଧ୍ୟରେ ଗିରଫ ହେଲେ ୩ ଡକାୟତ
୭ଦିନ ହେଲା ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ, କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଉଭୟ ମନ୍ଦିରର ପ୍ରଶାସନକୁ ନେଇ ଘନଘନ ବୈଠକ ଅନୁଷ୍ଠିତ ହୋଇଥିଲା। କପିଳେଶ୍ବରଙ୍କ ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ଏକପ୍ରକାର ସମାଧାନ ହୋଇଥିଲା ବୋଲି କୁହାଯାଉଥିଲା। ତେଣୁ ଆଜି ସୁରୁଖୁରୁରେ ସବୁ ନୀତି ହେବ ବୋଲି ଆଶା କରାଯାଉଥିଲା। ମାତ୍ର ପ୍ରଶାସନର ଏହି ଉଦ୍ୟମ ଯେ ଏକ ତାଳିପକା ସମାଧାନ ଥିଲା ବୋଲି ଆଜି ଜଣାପଡ଼ିଲା। ଆଜି ସକାଳୁ କପିଳେଶ୍ବର ମନ୍ଦିରରେ ଉଭୟ ଖୁଣ୍ଟିଆ ଓ ମଲିଆ ସେବାୟତମାନେ ପରମ୍ପରା ଅନୁଯାୟୀ ନୀତି ଆରମ୍ଭ କରିଥିଲେ। ଖୁଣ୍ଟିଆ ସେବାୟତମାନେ ବିଧି ଓ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ସକାଳ ଧୂପ, ଠାକୁରାଣୀ ଧୂପ କରିଥିଲେ।
PMAY: ସହରାଞ୍ଚଳ ଗୃହନିର୍ମାଣ ମିସନକୁ ସୁଦୃଢ଼ କରିବ ‘ପିଏମଏୱାଇ-ଅର୍ବାନ ବନ୍ଧୁ’
ଏଥିରୁ ଜଣାପଡ଼ିଲା ଯେ ଏଥର ହାଣ୍ଡିଭଙ୍ଗା ଯାତ ହେବ। ମାତ୍ର ମଲିଆ ସେବାୟତମାନେ ସକାଳ ଧୂପ ପରେ ରୋଷଘରେ ଅନ୍ନ, ଡାଲି, ତରକାରୀ ଆଦି ରୋଷେଇ କରି ମହନ ମଣ୍ଡପରେ ରଖିଲେ। କିନ୍ତୁ ଏହା ପରମ୍ପରାରେ ନଥିଲା। ତେଣୁ ପୁଣି ପରମ୍ପରା ଭଙ୍ଗ ହେଲା ବୋଲି ଲିଙ୍ଗରାଜ ମନ୍ଦିରର ସେବାୟତମାନେ ଦର୍ଶାଇଲେ। କପିଳେଶ୍ବର ମନ୍ଦିରର ପରମ୍ପରା ଭଙ୍ଗ ହେବାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଉ ନୀତି ଆଗଇପାରିନଥିଲା ଏବଂ ବଲ୍ଲଭ ନୀତିଠୁ ସମସ୍ତ ନୀତି ବନ୍ଦ ରହିଲା। ସକାଳ ନୀତି ପରେ ଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ବଲ୍ଲଭ ନୀତି ଓ ପରେପରେ ଠାକୁରଙ୍କ ଯାତ୍ରା ପୂଜା ବିଧି ସଂପନ୍ନ ହୋଇଥାନ୍ତା। ଯାତ୍ରା ପୂଜା ପରେ ଲିଙ୍ଗରାଜ ମହାପ୍ରଭୁ କପିଳେଶ୍ବର ମନ୍ଦିରକୁ ଯାତ୍ରା କରିଥାନ୍ତେ ଏବଂ ହାଣ୍ଡିଭଙ୍ଗା ଯାତ ବିଧି ରକ୍ଷା ହୋଇଥାନ୍ତା। କିନ୍ତୁ କପିଳେଶ୍ବର ମନ୍ଦିରରେ ପରମ୍ପରା ରକ୍ଷା ନ ହୋଇପାରିବାରୁ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରିବ ନାହିଁ। ଏଣୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳିଆ ସେବାୟତମାନେ ଆଉ ନୀତି କଲେନାହିଁ। କାରଣ ବିଧି ଓ ପରମ୍ପରା ଅନୁସାରେ ଆଜି ଲିଙ୍ଗରାଜ ମନ୍ଦିରରେ ସମସ୍ତ ସାନ୍ଧ୍ୟ ନୀତି ହୋଇଥିଲେ, ହାଣ୍ଡିଭଙ୍ଗା ଯାତ ପରମ୍ପରା ରହିବ ନାହିଁ। ଏଣୁ ଆଜି ଲିଙ୍ଗରାଜଙ୍କ ସବୁ ସାନ୍ଧ୍ୟ ନୀତି ବନ୍ଦ ରହିଲା ଏବଂ ଠାକୁର ଉପାସରେ ରହିଲେ। ୧୨ବର୍ଷ ହେଲା ଏଭଳି ଚାଲିଥିବାରୁ ଲୋକମାନେ ପ୍ରଶାସନକୁ ଦାୟୀ କରିବା ସହ ତାଳିପକା ଉଦ୍ୟମକୁ କଟୁ ସମାଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/30/lingaraj-2025-10-30-02-22-11.jpg)