ଆଉ ଦିନକ ପରେ ଚନ୍ଦନ ଯାତ୍ରା : ୨୨ଦିନ ଯାଏ ରାସ୍ତା କଡ଼ରେ ଆମିଷ ବ୍ୟବସାୟ ବନ୍ଦ

Advertisment
ଆଉ ଦିନକ ପରେ ଚନ୍ଦନ ଯାତ୍ରା : ୨୨ଦିନ ଯାଏ ରାସ୍ତା କଡ଼ରେ ଆମିଷ ବ୍ୟବସାୟ ବନ୍ଦ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଆମିଷ ବାରଣ କରାଯାଇଛି। ଚନ୍ଦନ ଯାତ୍ରାର ୨୨ଦିନ ପର୍ଯ୍ୟନ୍ତ ଠାକୁରଙ୍କ ଯିବା ଆସିବା ରାସ୍ତାରେ ଆମିଷ ବ୍ୟବସାୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ଏହି ନିୟମକୁ କଡ଼ାକଡ଼ି ପାଳନ ପାଇଁ ପୁଲିସକୁ କୁହାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିଠାରୁ ବିନ୍ଦୁ ସାଗର ଉତ୍ତରେଶ୍ୱର ଘାଟ ଓ ମନ୍ଦିଠାରୁ ବ୍ରାହ୍ମଣ ନିଯୋଗ ମଧ୍ୟ ଦେଇ ବିଶ୍ରାମ ଘାଟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଯେପରି ଆମିଷ ଦ୍ରବ୍ୟ ବିକ୍ରି ନହେବ ଏଥି ପାଇଁ ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ସଚେତନତା କରାଯାଇଛି। ସେହିପରି ଚାପ ଡଙ୍ଗାରେ ମଣ୍ଡପ ତିଆରି କାର୍ଯ୍ୟ ମହାରଣା ସେବାୟତଙ୍କ ଦ୍ଵାରା କାମ ଆରମ୍ଭ ହୋଇଛି। ବିନ୍ଦୁସାଗର କୂଳରେ ଦୁଇ ଡଙ୍ଗାକୁ ଯୋଡି ମହାରଣା ସେବାୟତମାନେ କାମ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଏହାର ମୁଣ୍ଡଳୀ, କପଡ଼ା ଓ ପତାକା ଲଗାଯିବ ବୋଲି ମହାରଣା ସେବାୟତମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe