ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଗିରିଶୃଙ୍ଗ ଛୁଇଁଲେ ଓଡ଼ିଆ ପୁଅ ସିଦ୍ଧାର୍ଥ

ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଗିରିଶୃଙ୍ଗ ଛୁଇଁଲେ ଓଡ଼ିଆ ପୁଅ ସିଦ୍ଧାର୍ଥ

ପୁରୁଣା ଭୁବନେଶ୍ବର: ଦୁଃସାହସିକ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଆଙ୍କଆଗୁଆ ଆରୋହଣ କରିଛନ୍ତି। ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଗିରିଶୃଙ୍ଗ, ୨୨ ହଜାର ୮୩୪ଫୁଟ୍‌ ଉଚ୍ଚତା ବିଶିଷ୍ଟ। ରବିବାର ଅପରାହ୍‌ଣରେ ସେ ଶିଖର ଛୁଇଁ ଭାରତର ଜାତୀୟ ପତାକା ଉଡ଼ାଇବା ସହ ଏକ ପୋଷ୍ଟର୍‌ରେ ଓଡ଼ିଆ ପାଇକ ଲେଖି ପ୍ରଦର୍ଶନ କରିଛନ୍ତି। ସିଦ୍ଧାର୍ଥ ୨୦୧୭ ମସିହାରେ ଆମେରିକାର କାଲିଫର୍ଣ୍ଣିଆ ଆଇରନ୍‌ ମ୍ୟାନ୍ ଆଖ୍ୟା ପାଇଥିଲେ।

ସେ ଆମେରିକାରେ ଆଇରନ୍‌ ମ୍ୟାନ୍ ପ୍ରତିଯୋଗିତାରେ ୪୮କିଲୋମିଟର ପହଁରିବା, ୧୮୦ କିଲୋମିଟର ସାଇକେଲିଂ କରିବା ଓ ୪୨ କିଲୋମିଟର ଦୌଡ଼ି ଏହି ଆଖ୍ୟା ପାଇଥିଲେ। ଭାରତରୁ ପ୍ରତିନିଧିତ୍ୱ କରିଥିବା ଶ୍ରୀ ରାଉତରାୟ ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ। ସେ ଦୁଃସାହସିକ କ୍ରୀଡ଼ା ପାଇଁ ଓଡ଼ିଶାର ସୁନାମ ରଖି ଆସୁଛନ୍ତି। କରୋନା କାଳରେ ଏପରି ଦୁଃସାହସିକ ପର୍ବତାରୋହ କରିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe