ଯଶଲିନଙ୍କୁ ସିଦ୍ଧାର୍ଥ ମିଶ୍ର ସ୍ମାରକୀ ସୃଜନ ଲିଖନ ପୁରସ୍କାର

Advertisment
ଯଶଲିନଙ୍କୁ ସିଦ୍ଧାର୍ଥ ମିଶ୍ର ସ୍ମାରକୀ ସୃଜନ ଲିଖନ ପୁରସ୍କାର

ଭୁବନେଶ୍ବର: ସୃଜନ ଲିଖନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଷ୍ଟିୱାର୍ଟ ସ୍କୁଲ୍‌ରେ ଆୟୋଜିତ ପ୍ରତିଯୋଗିତାରେ ଯଶଲିନ ମହାପାତ୍ରଙ୍କୁ ଦ୍ବିତୀୟ ସିଦ୍ଧାର୍ଥ ମିଶ୍ର ସ୍ମାରକୀ ସୃଜନ ଲିଖନ ପୁରସ୍କାର ପ୍ରଦାନ କରାଯାଇଛି। ଷ୍ଟିୱାର୍ଟ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାରେ ଯଶଲିନ ଏହି କୃତିତ୍ବ ହାସଲ କରିଛନ୍ତି। ସିଦ୍ଧାର୍ଥଙ୍କ ପତ୍ନୀ ପ୍ରାଚୀତାରା ୧୦ମ ଶ୍ରେଣୀର କୃତୀ ଛାତ୍ରୀ ଯଶଲିନଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଛନ୍ତି। ସ୍କୁଲ୍‌ର ଅଧ୍ୟକ୍ଷା ରଶ୍ମୀରେଖା ସେନାପତିଙ୍କ ସମେତ ଶ୍ରୀଜତ ମିଶ୍ର, ଦ୍ବିପାୟନ ଦାସ, ସୃଷ୍ଟିଜିତ ମିଶ୍ର ଓ ତନୁଜା ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଯଶଲିନଙ୍କ ସମେତ ଅନୁଶ୍ରୀ ରଥ, ସୁଜ୍ଞାନୀ, ଏ ବାନାର୍ଜୀ, ଆଶୁତୋଷ ମହାନ୍ତି ଓ ପ୍ରତୀକ୍ଷା ପୁହାଣ ପ୍ରମାଣପତ୍ର ହାସଲ କରିଥିଲେ। ସ୍କୁଲ୍‌ର ୧୯୮୭ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ଦ୍ବାରା ବନ୍ଧୁ ସିଦ୍ଧାର୍ଥଙ୍କ ସ୍ମୃତିରେ ଏହା ଆୟୋଜିତ ହୋଇଥିଲା। ୨୦୧୨ରେ ମୃତ୍ୟୁବରଣ କରିଥିବା ସିଦ୍ଧାର୍ଥ ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର କ୍ରୀଡ଼ା ସମ୍ପାଦକ ରହିବା ସହ ଟାଇମ୍ସ ଅଫ୍ ଇଣ୍ଡିଆ ଓ ନ୍ୟୁଜ୍‌ ଏକ୍ସରେ ମଧ୍ୟ ସାମ୍ବାଦିକ ଭାବେ କାର୍ଯ୍ୟକରି ପ୍ରଶଂସା ସାଉଁଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe