ଭୁବନେଶ୍ୱର : ସିକନ୍ଦର ଆଲମ୍ ଫାଉଣ୍ଡେସନ୍ ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱର୍ଗତ ମହମ୍ମଦ୍ ସିକନ୍ଦର ଆଲମଙ୍କର ୭୯ତମ ଜୟନ୍ତୀ ଉତ୍ସବ ଆସନ୍ତା ୨୭ରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଏଥିରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ‘ସିକନ୍ଦର ଆଲମ ସ୍ମାରକୀ ସମ୍ମାନ’ ଓ ଡି.ଶ୍ରୀନିବାସଙ୍କୁ ‘ସିକନ୍ଦର ଆଲମ ବିଦ୍ୟାରତ୍ନ ସମ୍ମାନ’ରେ ସମ୍ମାନିତ କରାଯିବ। ସେହି ରାଜ୍ୟସ୍ତରୀୟ ସିକନ୍ଦର ଆଲମ୍ ସଂଗୀତ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଶେଷରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us