ସଂଗୀତରେ ସିକନ୍ଦରଙ୍କୁ ଶ୍ରଦ୍ଧାଞ୍ଜଳି

Advertisment

ପ୍ରଫୁଲ୍ଲ କର, ପ୍ରସନ୍ନ ମିଶ୍ର ସମ୍ବର୍ଧିତ, ସିକନ୍ଦର ଆଲମଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପିତ ହେବ

ପ୍ରଫୁଲ୍ଲ କର, ପ୍ରସନ୍ନ ମିଶ୍ର ସମ୍ବର୍ଧିତ, ସିକନ୍ଦର ଆଲମଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପିତ ହେବ

ଭୁବନେଶ୍ବର: ସଂଗୀତରେ ସଂଗୀତର ସିକନ୍ଦରଙ୍କୁ ଶ୍ରଦ୍ଧା ନୈବେଦ୍ୟ ସହ ପୂଜ୍ୟପୂଜା ଓ ପ୍ରତିଭା ପୂଜାର ମନୋରମ ସନ୍ଧ୍ୟା ଆୟୋଜିତ ହୋଇଥିଲା ରବୀନ୍ଦ୍ର ମଣ୍ଡପରେ। ରାଜ୍ୟ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସିକନ୍ଦର ଆଲମ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ସିକନ୍ଦର ଆଲମଙ୍କ ୮୦ତମ ଜୟନ୍ତୀରେ ସଂଗୀତ ରସିକମାନେ ଏପରି ଏକ ଅନୁଭବ ନେଇଥିଲେ। ଏହି ଅବସରରେ ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସିକନ୍ଦର ଆଲମ ସ୍ମୃତି ସମ୍ମାନ ଏବଂ ତବଲା ବାଦକ ପ୍ରସନ୍ନ ମିଶ୍ରଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ସିକନ୍ଦର ଆଲମ ବାଦ୍ୟରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ସଂଗୀତ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଆଣିପାରେ। ସିକନ୍ଦର ଆଲମଙ୍କ କାଳଜୟୀ ସଂଗୀତରେ ନୂଆ ସଂଗୀତ ମିଶିଲେ ଏହା ଆହୁରି ଶ୍ରୁତିମଧୁର ହେବ ବୋଲି ସେ କହିଥିଲେ। ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଯଦି ସାହିତ୍ୟ ଓ ସଂଗୀତର ବାହାଘର ହୋଇପାରିବ ତେବେ ଭାଷାର ବଂଶ ବୁଡ଼ିବ ନାହିଁ। ସଂଗୀତ ମାଧ୍ୟମରେ ସାହିତ୍ୟ ନୂଆପିଢ଼ିଙ୍କ ପାଖରେ ପହଞ୍ଚିପାରିବ ବୋଲି ସେ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଲେ, ସିକନ୍ଦର ଆଲମଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମିତ ହୋଇଛି। ସ୍ଥାନ ଚିହ୍ନଟ ପରେ ଏହାକୁ ଶେଷ ସ୍ପର୍ଶ ଦେଇ ପ୍ରତିଷ୍ଠା କରାଯିବ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଲେନିନ୍‌ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ନଇମା ଆଲମ୍‌ ଓ ସମ୍ପାଦିକା ନାଜିଆ ଆଲମ ଉପସ୍ଥିତ ଥିଲେ। ସିକନ୍ଦର ଆଲମ୍ ସଂଗୀତ ପ୍ରତିଯୋଗିତାର କୃତୀ ଶିଳ୍ପୀମାନଙ୍କୁ ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା। ସିକନ୍ଦରଙ୍କ କାଳଜୟୀ ସଂଗୀତ ସପନର ପଥେ ପଥେ…ର ସମବେତ ପରିବେଷଣ ସହ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ମହାପ୍ରସାଦ କର, ନାଜିଆ ଆଲମ, ସୌରଭ ନାୟକ, ରନ୍ଦୀପ ପାଲିତ୍‌, ବନ୍ଦୀଶ ପାଲିତ, ନନ୍ଦିନୀ ମହାନ୍ତି ଓ ୟଶ୍‌ ମହାନ୍ତି ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe