ଶିଖ୍‌ ଗୁରୁ ଗୋବିନ୍ଦ ସିଂହଜୀଙ୍କ ଜୟନ୍ତୀ

Advertisment
ଶିଖ୍‌ ଗୁରୁ ଗୋବିନ୍ଦ ସିଂହଜୀଙ୍କ ଜୟନ୍ତୀ

ଭୁବନେଶ୍ୱର : ଶିଖ୍‌ ଗୁରୁ ଗୋବିନ୍ଦ ସିଂହଜୀଙ୍କର ୩୫୧ତମ ଜୟନ୍ତୀ ଆଜି ୟୁନିଟ୍‌-୩ ସ୍ଥିତ ଗୁରୁଦ୍ୱାର ସିଂହସଭାଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଦିନ ହେଲା ପବିତ୍ର ଗୁରୁଗ୍ରନ୍ଥ ସାହିବର ଉଚ୍ଚାରଣ ଓ ଅଖଣ୍ଡପାଠ ଚାଲିଥିବା ବେଳେ ଆଜି ଅମୃତସରରୁ ଜ୍ଞାନୀ କିଶନ ସିଂହଜୀ ଆସି ପ୍ରବଚନ ଦେଇଥିଲେ। ଏହାପରେ ଭଜନ କୀର୍ତ୍ତନ ହେବା ସହ ‘ଗୁରୁ କା ଲଙ୍ଗର୍‌’ରେ ସବୁ ସମ୍ପ୍ରଦାୟର ପ୍ରାୟ ୩ହଜାରରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଏକାଠି ହୋଇ ଭୋଜନ କରିଥିଲେ। କାର୍ଯ୍ୟକ୍ରମକୁ ଗୁରୁଦ୍ୱାରାର ସମ୍ପାଦକ ଯଶପାଲ୍‌ ସିଂହ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe