ପରବିନ୍ଦରଙ୍କୁ ଆକ୍ରମଣ ପ୍ରସଙ୍ଗ : ଘଟଣାକୁ ହାଲୁକା ଭାବେ ନିଆଯାଇଛି

Advertisment

କୋର୍ଟ ଚାହିଲେ ଲାଗି ପାରିବ ଦଫା ୩୦୭: ପୁଲିସ କମିସନର

କୋର୍ଟ ଚାହିଲେ ଲାଗି ପାରିବ ଦଫା ୩୦୭: ପୁଲିସ କମିସନର

ପରବିନ୍ଦରଙ୍କୁ ଆକ୍ରମଣ ପ୍ରସଙ୍ଗ : ଘଟଣାକୁ ହାଲୁକା ଭାବେ ନିଆଯାଇଛି

ଭୁବନେଶ୍ୱର : ଶିଖ ଯୁବକ ପରବିନ୍ଦର ସିଂ ପାଲଙ୍କୁ ପୁଲିସ ସମ୍ମୁଖରେ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ପୁଲିସ ଓ ଶାସକ ଦଳର ଜନପ୍ରତିନିଧିଙ୍କ ଦ୍ବାରା ରାଜଧାନୀରେ ଗୁଣ୍ଡାଗର୍ଦ୍ଦି ବଢ଼ୁଥିବା ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଆଜି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଡିସିପି ଅନୁପ ସାହୁଙ୍କୁ ଭେଟି ଏହି ଘଟଣାରେ ସମ୍ପୃକ୍ତ ଦୋଷୀ ଓ ସହଯୋଗୀମାନଙ୍କ ଉପ‌‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି। ଦୋଷୀକୁ ଦଣ୍ଡ ଦେବାରେ କମିସନରେଟ୍‌ ପୁଲିସ ସକ୍ଷମ ନ ହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଯିବ ବୋଲି ସେମାନେ କହିଛନ୍ତି।

ଦିନ ଦ୍ୱିପ୍ରହରରେ ଜଣେ ଶିଖ୍ ସଂପ୍ରଦାୟର ସାଧାରଣ ବ୍ୟକ୍ତିଙ୍କୁ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିଥିବା ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜୀବନରୁ ମାରି ଦେବାର ପ୍ରୟାସ କରାଯାଇଛି ଏବଂ ଏତେ ବଡ଼ ଘଟଣାକୁ ହାଲୁକା ଭାବେ ନିଆଯାଇଛି ‌ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିଧାୟକ ଅନନ୍ତ ଜେନାଙ୍କ ଅନ୍ଧାରୀବିଜେ ଏହି ଘଟଣାରେ ଶାସକ ଦଳର ସମ୍ପୃକ୍ତି ପ୍ରମାଣ କରୁଛି। କୋହଳ ଦଫା ଲଗାଇ ଘଟଣାଟିକୁ ରଫାଦଫା କରିବା ଯୋଜନା ଧରା ପଡ଼ି ଯାଉଛି। ବିଜେପି ପ୍ରତିନିଧି ଦଳ ଡିସିପିଙ୍କୁ ସାକ୍ଷାତ କରି ଘଟଣାଟିକୁ ଗରୁତ୍ୱର ସହ ନେଇ ତୁରନ୍ତ କ୍ଷତିଗ୍ରସ୍ତ ପରବିନ୍ଦଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ରବିନାରାୟଣ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ଦାସ, ସଂଗ୍ରାମ କେଶରୀ ନାୟକ, ଉପେନ୍ଦ୍ର ଭଞ୍ଜ ପ୍ରମୁଖ ସାମିଲ ହୋଇଥିଲେ।

ପୁଲିସ କମିସନର ସୁଧା‌ଂଶୁ ଷଡ଼ଙ୍ଗୀ ଏକ ଟିଭି ସୋ’ରେ ହାଲ୍‌କା ଦଫା ଲାଗିବା ବାବଦରେ ସ୍ପଷ୍ଟ କରିଛନ୍ତି କି ମେଡିକାଲ ରିପୋର୍ଟ ଓ ଅନ୍ୟ ପାରିପାର୍ଶ୍ବିକ ପରିସ୍ଥିତିକୁ ଲକ୍ଷ୍ୟ କରି ଉପଯୁକ୍ତ ଦଫା ଲଗାଇଛୁ। ତଦନ୍ତରେ କୌଣସି ଅବହେଳା କରିନାହୁଁ। କୋର୍ଟରେ ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ଅନ୍ୟ ଦଫା ଲଗାଇବାକୁ ଜଜ୍‌ ବିଚାର କରିପାରନ୍ତି। ଏଥିରେ ଆମର କଛି କହିବାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe