ମଦର୍ସ ପବ୍ଲିକ ସ୍କୁଲର ରୌପ୍ୟ ଜୟନ୍ତୀ ପାଳିତ

Advertisment
ମଦର୍ସ ପବ୍ଲିକ ସ୍କୁଲର ରୌପ୍ୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ୟୁନିଟ-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ରୌପ୍ୟଜୟନ୍ତୀ ଉତ୍ସବ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଗତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଏସ୍‌ସି ଜମିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟକୁ ୨୫ବର୍ଷ ପୂର୍ତ୍ତି ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ବିଦ୍ୟାଳୟର ୨୫ବର୍ଷର ଯାତ୍ରାକୁ ନେଇ ଏକ କ୍ରୋନିକଲ ରିଲିଜ୍‌ ହୋଇଥିଲା। ଏହି ଦିନ ସକାଳୁ ପୁରୁଣା ସ୍କୁଲରୁ ନୂତନ ସ୍କୁଲ ପର୍ଯ୍ୟନ୍ତ ପିଲାମାନଙ୍କ ଦ୍ୱାରା ଏକ ମଶାଲ ମାର୍ଚିଂ କରାଯାଇଥିଲା। ସେଠାରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ।

ବିଦ୍ୟାଳୟର ଏହି ଗୁରୁତ୍ୱପୂର୍ଣ୍ଣ ଦିନଟିକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗତବର୍ଷ ଜୁଲାଇଠାରୁ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗତ ଜୁଲାଇ ୧୭ରେ ବିଦ୍ୟାଳୟ ତରଫରୁ ଏକ ସ୍ୱତନ୍ତ୍ର ଷ୍ଟାମ୍ପ ଓ ସ୍ୱତନ୍ତ୍ର କଭର ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ, କ୍ଷୁଦ୍ର ନାଟକ, ବିଜ୍ଞାନ ପ୍ରଦର୍ଶନୀ ଓ ରକ୍‌ବ୍ୟାଣ୍ଡ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱରର ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଏଡୁ ମିଡିଆ ଇଣ୍ଡିଆ ଓ ସ୍କୁଲ ସିନେମାର ପ୍ରତିଷ୍ଠାତା ସୟଦ ସୁଲତାନ ଅହମଦ ସ୍କୁଲ ପରିଦର୍ଶନରେ ଆସି ପିଲାମାନଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ। ସେହିଭଳି ନଭେମ୍ବର ୮ରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଉଦ୍ୟୋଗ ପ୍ରକଳ୍ପ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ପ୍ୟାରିସ ବେକରି ପ୍ରତିଷ୍ଠାତା ଜୟନାରାୟଣ ପୂଜାପଣ୍ଡା ଓ ସିନର୍ଜି ମେଡିକେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରତିଷ୍ଠାତା ନୀଳମାଧବ ପଣ୍ଡା ବିଚାରକ ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶର ଅଧ୍ୟକ୍ଷ ସୁବ୍ରତ୍‌ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe