ଭୁବନେଶ୍ୱର: ‘ପେନ୍ ଇନ୍’ ବୁକ୍ସ ପକ୍ଷରୁ ବରିଷ୍ଠ କବି, ଗୀତିକାର ଓ ଆୟକର ଆୟୁକ୍ତ ଶରତ କୁମାର ଦାଶଙ୍କ ସପ୍ତମ କବିତା ଗ୍ରନ୍ଥ ତଥା ସଙ୍ଗୀତ ଆଲବମ୍ ‘ସୀମାହୀନ’ ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସ୍ଥପତି ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ସ୍ତମ୍ଭକାର ଅରୁଣ କୁମାର ପଣ୍ଡା, ପ୍ରବଚକ ମାତୃ ପ୍ରସାଦ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଓ ଲେଖକ ତଥା ସ୍ତମ୍ଭକାର ବିଜୟାନନ୍ଦ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କବି ପ୍ରଣିତା ମିଶ୍ରଙ୍କ ପ୍ରଥମ କବିତା ସଙ୍କଳନ ‘ଉଡ଼ିବାକୁ ଦିଅ’ ଉନ୍ମୋଚିତ ହୋଇଥିଲା। ଆରମ୍ଭରେ କବି ଶ୍ରୀ ଦାଶଙ୍କ ପୂର୍ବ ପ୍ରକାଶିତ ‘ଅସମାପିକା’, ‘ପୁନରପି’ ଓ ‘କୁହନାହିଁ କିଛି’କବିତା ସଙ୍କଳନରୁ କବିତା ପାଠ କରିଥିଲେ ଯୁବ କବି ଦେବଦତ୍ତ ପତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଓ ଶୁଭ କୁମାର ଦାଶ। ପରେ କଣ୍ଠଶିଳ୍ପୀ ଦୀପ୍ତିରେଖା, ହ୍ୟୁମାନ ସାଗର, ଆଶୁତୋଷ, ସତ୍ୟଜିତ୍, ଅନ୍ତରା, ଲୋପାମୁଦ୍ରା, ସବିଶେଷ ଓ ଦେବକୃପା ପ୍ରମୁଖଙ୍କ ଦ୍ୱାରା ‘ସୀମାହୀନ’ ଆଲବମର ସଙ୍ଗୀତ ପରିବେଷିତ ହୋଇଥିଲା। ଉପସ୍ଥିତ ସମସ୍ତ ଅତିଥି, କଣ୍ଠଶିଳ୍ପୀ ଓ କାର୍ଯ୍ୟକ୍ରମ ସହିତ ଜଡ଼ିତ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଧିତ କରାଯାଇଥିଲା। ଉତ୍ସବରେ ଯୁବ ଲେଖକ ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମାଜସେବୀ ସୂଚୀସ୍ମିତା ପୃଷ୍ଟି, ଶୁଭେନ୍ଦୁ ଦାସ, ଅଜୟ ନାୟକ, ରଜନୀକାନ୍ତ ତରାଇ ଓ ଗିରୀଶ ରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us