ଆଜିଠାରୁ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ନିଷିଦ୍ଧ

Advertisment

ଚଢ଼ଉ ପାଇଁ ଗଠନ ହେଲା ଟିମ୍‌

ଚଢ଼ଉ ପାଇଁ ଗଠନ ହେଲା ଟିମ୍‌

ଆଜିଠାରୁ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ନିଷିଦ୍ଧ

ଭୁବନେଶ୍ୱର : ଆଜିଠାରୁ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍‌ ନିଷିଦ୍ଧ କରାଯାଇଛି। ଏହି ପଲିଥିନ୍‌ ବ୍ୟବହାର କଲେ ମୋଟା ଅଙ୍କର ଜରିମାନା ସହ କାର୍ଯ୍ୟାନୁଷ୍ଠାନ ହେବ। ଏ ନେଇ ଆଜି କମିସନର ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ଯୋଗେ ଜନସାଧାରଣଙ୍କୁ ସଚେତନ କରିବା ସହ ପଲିଥିନ୍‌ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଜୁଲାଇ ୧ ତାରିଖ ଠାରୁ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌(୧୦୦ ମାଇକ୍ରନ୍‌ରୁ କମ୍‌) ଉତ୍ପାଦନ, ଆମଦାନି, ମହଜୁଦ, ବିକ୍ରି, ବଣ୍ଟନ ଓ ବ୍ୟବହାର ନିଷିଦ୍ଧ କରାଯାଇଛି। ଏହି ନିଷିଦ୍ଧ ପ୍ଲାଷ୍ଟିକ୍‌ ତାଲିକାରେ ପ୍ଲାଷ୍ଟିକ୍‌ ଚାମଚ, ବେଲୁନ୍‌ ପାଇଁ ବ୍ୟବହାର ହେଉଥିବା ଷ୍ଟିକ୍‌, ଆଇସ୍‌କ୍ରିମ୍‌ ଷ୍ଟିକ୍‌, ପ୍ଲାଷ୍ଟିକ୍‌ ଛୁରି, ମିଠା ପ୍ୟାକ୍‌ କରିବାକୁ ବ୍ୟବହାର ହେଉଥିବା ପଲିଥିନ୍‌, ଥର୍ମକୁଲ୍‌, ସିଗାରେଟ୍‌ ପ୍ୟାକେଟ୍‌, ପିଭିସି ପାଇପ୍‌, ପ୍ଲାଷ୍ଟିକ୍‌ ଗ୍ଲାସ୍ ଓ କପ୍‌, ଡେକୋରେସନ ପାଇଁ ବ୍ୟବହୃତ ରଙ୍ଗବେରଙ୍ଗ ପଲିଥିନ୍‌, ଷ୍ଟ୍ର, ଟ୍ରେ, ପ୍ଲେଟ୍‌ ପ୍ରଭୃତି ରହିଛି। ଆସନ୍ତାକାଲି ଠାରୁ ଏ ସବୁ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସେଣ୍ଟ୍ରାଲ ଟିମ୍‌ସହ ଜୋନ୍‌ଗୁଡ଼ିକ ମଧ୍ୟ ଟିମ୍‌ କରି ଚଢ଼ଉ କରିବେ। ମାସକୁ ଏକ ଟାର୍ଗେଟ୍‌ ଧାର୍ଯ୍ୟ ହେବ। ପ୍ରତିଟି ଅଞ୍ଚଳକୁ ଟାର୍ଗେଟ୍‌ କରାଯାଇ ଏନ୍‌ଫୋର୍ସମେଣ୍ଟ ହେବ।

publive-image

ବ୍ୟବସାୟୀଙ୍କ ସହ ଯେଉଁମାନେ ଏଭଳି ପଲିଥିନ୍‌ ସାହାଯ୍ୟରେ ବିଭିନ୍ନ ଜିନିଷ ନେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ଏଣୁ ବଜାରରୁ ମିଳୁଥିବା ପଲିଥିନ୍‌ ନ ନେଇ ମାର୍କେଟିଂ ବେଳେ ନିଜ ନିଜ ବ୍ୟାଗ୍‌ ବ୍ୟବହାର କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି। ପୂର୍ବରୁ ଏଭଳି କଟକଣା ଜାରି ହୋଇଥିଲା। ହେଲେ କେହି ଶୁଣିନଥିଲେ। ବ୍ୟବସାୟୀ ବିଭିନ୍ନ ଜିନିଷ ବିକ୍ରି କରିବାକୁ ପଲିଥିନ୍‌ ମାଗଣାରେ ଦେଉଥିଲେ। ଲୋକମାନେ ମଧ୍ୟ ସଚେତନ ହେଉନଥିଲେ। ଫଳରେ ଥରେ ବ୍ୟବହାର କରି ଏହି ପଲିଥିନ୍‌କୁ ଫିଙ୍ଗି ଦେବା ପରେ ଭୟଙ୍କର ପରିମଳ ସମସ୍ୟା ସୃଷ୍ଟି ହେଉଥିଲା। ଏଣୁ ବିଏମ୍‌ସି ପୁଣି ଥରେ କଠୋର ହୋଇ ଏଥର ଆଉ କ୍ଷମା ନାହିଁ ବୋଲି ଚେତାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe