ଏଣିକି ଆଉ ବ୍ୟବହାର ହେବ ନାହିଁ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌

Advertisment

ଟାର୍ଗେଟ୍‌ରେ ସାମାଜିକ ଉତ୍ସବ, ପ୍ରଥ‌ମେ ସଚେତନତା, ପରେ କାର୍ଯ୍ୟାନୁଷ୍ଠାନ

ଟାର୍ଗେଟ୍‌ରେ ସାମାଜିକ ଉତ୍ସବ, ପ୍ରଥ‌ମେ ସଚେତନତା, ପରେ କାର୍ଯ୍ୟାନୁଷ୍ଠାନ

ଏଣିକି ଆଉ ବ୍ୟବହାର ହେବ ନାହିଁ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌

ଭୁବନେଶ୍ୱର : ଏକକ ବ୍ୟବହାରଯୋଗ୍ୟ (ୟୁଜ୍‌ ଆଣ୍ଡ ଥ୍ରୋ’) ପ୍ଲାଷ୍ଟିକ୍, ପଲିଥିନ୍‌ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ କଠୋର୍‌ ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍‌ସି। ଏହାର ବ୍ୟବହାର ନ କରିବାକୁ ପ୍ରଥମେ ଲୋକ ବା ସଂସ୍ଥାମାନଙ୍କୁ ସଚେତନ କରାଯିବ। ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମ୍‌ସି କହିଛି। ବିବାହ, ବ୍ରତ, ଏକଦଶାହ ଭୋଜି ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରୁ ଏହି ଅଭିଯାନ ଆରମ୍ଭ ହୋଇଛି।

ଉତ୍ସବସ୍ଥଳରେ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌, ଗ୍ଲାସ୍‌, ପ୍ଲାଷ୍ଟିକ୍‌ ପ୍ଲେଟ୍‌ ଓ ଚାମଚ ବ୍ୟବହାର ହେବ ନାହିଁ। ଅନ୍ୟ ଆବର୍ଜନା ଘଟଣାସ୍ଥଳରୁ ହିଁ ପୃଥକ୍‌ ପୃଥକ୍‌ ହୋଇ ସଂଗୃହୀତ ହେବ। ଏ ସଂପର୍କରେ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥାମାନଙ୍କୁ ସଚେତନ କରିବାକୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଏହି ଟିମ୍‌ ଉତ୍ସବସ୍ଥଳରେ ଚଢ଼ଉ କରି ଆୟୋଜକଙ୍କୁ ସଚେତନ କରାଉଛି। ଆଗକୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ବିଏମ୍‌ସି ଅଫିସ୍‌ରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସୂଚନା ଦେଇଛନ୍ତି ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ କୁମର ସାହୁ। ଆଜି ସୁଦ୍ଧା ତିନୋଟି ଜୋନ୍‌ରେ ଏଭଳି ୮ଟି କାର୍ଯ୍ୟକ୍ରମ କରାଯାଇ ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe