ପଞ୍ଚସଖାନଗରରେ ‘ଶିଶିର ସନ୍ଧ୍ୟା’

Advertisment
ପଞ୍ଚସଖାନଗରରେ ‘ଶିଶିର ସନ୍ଧ୍ୟା’

ଖଣ୍ଡଗିରି : ସ୍ଥାନୀୟ ପଞ୍ଚସଖାନଗର ମହିଳା ପରିଷଦ ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି ‘ଶିଶିର ସନ୍ଧ୍ୟା’। ଏହି ଅବସରରେ ମହିଳାମାନଙ୍କ ଭିତରେ ହୁଳହୁଳି, ଶଙ୍ଖ ବଜାଇବା, ପିଠାପଣା ଓ ପନିର୍‌ ତରକାରି ପ୍ରତିଯୋଗିତା ହୋଇଥିଲା। ସେହିଭଳି ଛୋଟ ପିଲାମାନଙ୍କ ଭିତରେ ଚିତ୍ରାଙ୍କନ ଓ ବକ୍ତତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଦିନ ତମାମ୍‌ ଏହି ସବୁ କାର୍ଯ୍ୟକ୍ରମ ଚାଲିଥିବାବେଳେ ସନ୍ଧ୍ୟାରେ ପୁରସ୍କାର ବିତରଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମହିଳା ପରିଷଦର ସଭାନେତ୍ରୀ ଅନ୍ନପୂର୍ଣା ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂସ୍କୃତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ନାଟ୍ୟକାର ଡ. ବିଜୟ ମିଶ୍ର ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଅନ୍ୟତମ ଅତିଥିଭାବେ କର୍ପୋରେଟର ମୁଜାହିଦ୍‌ ହୋସେନ୍‌(ପାପା), ପଞ୍ଚସଖାନଗର ଉନ୍ନୟନ ପରିଷଦର ସଭାପତି ଦୀନବନ୍ଧୁ ପରିଡ଼ା, ସମ୍ପାଦକ ହାଡ଼ିବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପରିଷଦର ସମ୍ପାଦିକା ବୀଣାପାଣି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe