ଶିଶିଲୋ ଉପ୍ରା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ

Advertisment
ଶିଶିଲୋ ଉପ୍ରା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଶିଶିଲୋ ଉପ୍ରା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ କମିଟି ଅଧ୍ୟକ୍ଷ ବିଶ୍ୱରଂଜନ ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି ପ୍ରଦୀପ କୁମାର ଆମାତ୍‌ କହିଲେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାରୀ ସ୍କୁଲରେ ଶୈକ୍ଷିକ ପରିବେଶ ସହିତ ଉପଯୁକ୍ତ ଗୁଣାତ୍ମକ ଶିକ୍ଷାଦାନର ଆବଶ୍ୟକତା ରହିଛି। ମୁଖ୍ୟବକ୍ତା ଭାବେ ସାଂସଦ ଏ ଭି ସ୍ୱାମୀ ଯୋଗଦେଇ ନିଜକୁ ଓଡ଼ିଆ ଭାବେ ଚିହ୍ନଟ ପାଇଁ ହୃଦୟରେ ଧୈର୍ଯ୍ୟ, ତ୍ୟାଗ, ନିଷ୍ଠା ଏବଂ ଉଦାରତା ଭଳି ମହାନତା ଗୁଣକୁ ଆପଣାଇବା ଦରକାର ବୋଲି କହିଥିଲେ। ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଏହି ଅବସରରେ ଜୟନ୍ତୀ ମଣ୍ଡପ ନିର୍ମାଣ ଲାଗି ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିବା ବେଳେ ସାଂସଦ ସ୍କୁଲ ପାଠାଗାର ଓ ଲାବରୋଟାରି ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଥିଲେ।

ଅନ୍ୟତମ ଅତିଥି ଭାବେ ‘ପ୍ରମେୟ’ର ମୁଖ୍ୟ ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ଯୋଗ ଦେଇଥିଲେ। ବରିଷ୍ଠ ସାହିତ୍ୟିକା ପ୍ରତିଭା ମହାରଥୀ ଓ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ସ୍ମରଣିକା ‘ଗୌରବ’ କୁ ଉନ୍ମୋଚନ କରାଯାଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସ୍ଥାନୀୟ ଅଞ୍ଚଳର ୩୪ଜଣ ବ୍ୟକ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଦ୍ୟାଳୟର ୩ଜଣ କୃତୀ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କମିଟି ପକ୍ଷରୁ ୧୫ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍‌ଘାଟନୀ ଦିବସର ପ୍ରଥମ ଅଧିବେଶନରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଲାୟନ୍ସ ନିକୁଞ୍ଜ ଛୋଟରାୟ, କଳ୍ପନା ବିଶ୍ୱାଳ ଓ ପଣ୍ଡିତ ପ୍ରବୋଧ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଖୁଣ୍ଟିଆ ଓ ପରିଚାଳନା କମିଟି ସଭାପତି ସୋମନାଥ ସ୍ୱାଇଁ, ରାଧାକାନ୍ତ ସ୍ୱାଇଁ, ସନ୍ତୋଷ ସେଠୀଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe