ଭୁବନେଶ୍ବର : ଶେଷ ହେଲା ଜାତୀୟ ହସ୍ତଶିଳ୍ପ ମେଳା ‘ଶିଶିର ସରସ’। ପ୍ରଦର୍ଶନୀ ପଡ଼ିଆରେ ୧୧ ଦିନ ଧରି ଚାଲିଥିବା ଏହି ମେଳାରେ ମୋଟ ୧୮ କୋଟି ୩୨ ଲକ୍ଷ ଟଙ୍କାର କାରବାର ହୋଇଛି। ଏଥିସହ ଆଜି ଉଦ୍ଯାପନୀ ଉତ୍ସବରେ ୬ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ବିକ୍ରିବଟା ପାଇଁ ୪ ରାଜ୍ୟର ୬ଟି ଷ୍ଟଲ୍କୁ ପୁରସ୍କୃତ କରାଯାଇଛି। ସର୍ବାଧିକ ବିକ୍ରି ପାଇଁ ଯାଜପୁର ଜିଲ୍ଲା ଗୋପାଳପୁର ଗ୍ରାମ ପଞ୍ଚାୟତର ମଦନ ମୋହନ ପ୍ରଡ୍ୟୁସର ଗ୍ରୁପ୍, ଶ୍ରେଷ୍ଠ ସାମଗ୍ରୀ ସାଜସଜ୍ଜା ଓ ଡିସ୍ପ୍ଲେ ପାଇଁ ବରଗଡ଼ ପଦମପୁରର ମାଆ ତାରିଣୀ ଏସ୍.ଏଚ୍.ଜି., ଓଡ଼ିଶାରୁ ଶ୍ରେଷ୍ଠ ଅଂଶଗ୍ରହଣକାରୀ ଭାବେ ବାଲେଶ୍ବର ଜିଲ୍ଲା, ଓଡ଼ିଶା ବାହାରୁ ଶ୍ରେଷ୍ଠ ଅଂଶଗ୍ରହଣକାରୀ ରାଜ୍ୟ ଭାବେ ପଶ୍ଚିମବଙ୍ଗ ରାଜ୍ୟ ଗ୍ରାମୀଣ ଜୀବିକା ମିସନର ଆନନ୍ଦ ଧାରା ଓ ଶ୍ରେଷ୍ଠ ବିକ୍ରେତା ଭାବେ ହିମାଚଳ ପ୍ରଦେଶ କାଙ୍ଗରାର ଶିବ ଶକ୍ତି ଏସ୍.ଏଚ୍.ଜି ଏବଂ ନିଆରା ସାମଗ୍ରୀ ଉଦ୍ଭାବନ ପାଇଁ କେରଳ କୋଜିକୋଡ୍ର ଥେରୁଭେଣମ୍ ଏସ୍.ଏଚ୍.ଜିକୁ ପୁରସ୍କୃତ କରାଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ଓର୍ମାସ୍ର ସଦସ୍ୟ ସମ୍ପାଦକ ତଥା ଓଡ଼ିଶା ଜୀବିକା ମିସନର ରାଜ୍ୟ ମିସନ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ଓ ଓର୍ମାସର କାର୍ଯ୍ୟନିର୍ବାହୀ ନିର୍ଦେଶକ ବି.ଏନ୍ ଦାସ୍ ଅତିଥି ଭାବେ ଯୋଗ ଦେଇଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/01/m20.jpg)