ଥାନାରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ଘଟଣା : ମାନବାଧିକାର କମିସନ୍‌ରେ ହାଜର ହେବେ ପୂର୍ବତନ ଥାନା ଅଧିକରୀ

ଥାନାରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ଘଟଣା : ମାନବାଧିକାର କମିସନ୍‌ରେ ହାଜର ହେବେ ପୂର୍ବତନ ଥାନା ଅଧିକରୀ

ଭୁବନେଶ୍ୱର : ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ଘଟଣାରେ ପୂର୍ବତନ ଇନ୍ସପେକ୍ଟର ସଂଗ୍ରାମ ପଟ୍ଟନାୟକ ଓ ୨ ମହିଳା ଏସ୍‌ଆଇଙ୍କୁ ମାନବାଧିକାର କମିସନ୍‌ଙ୍କ ନିକଟରେ ଆସନ୍ତା ୧୦ ତାରିଖରେ ହାଜର ହେବା ପାଇଁ ନୋଟିସ୍‌ ହୋଇଛି। ମାନବାଧିକାର କମିସନ୍‌ ଅତିରିକ୍ତ ପୁଲିସ ମହାନିର୍ଦେଶଙ୍କଠାରୁ ଏହି ଘଟଣାରେ ରିପୋର୍ଟ ତଲବ କରିବା ପରେ ଏଭଳି ନିର୍ଦେଶ ଦିଆଯାଇଛି। ଦୁଇ ଭଉଣୀଙ୍କୁ ଥାନା ଭିତରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ହେବ ଜମିବାଡ଼ିକୁ ନେଇ ବେହେରାସାହି ଅଞ୍ଚଳର ରାଜକିଶୋର ବେହେରା ଓ ଜମ୍ବେଶ୍ୱର ମଲ୍ଲିକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଗତ ମେ’ ୬ ତାରିଖରେ ଉଭୟ ପରିବାର ମଧ୍ୟରେ ଏହାକୁ ନେଇ ମାରପିଟ୍‌ ମଧ୍ୟ ହୋଇଥିଲା। ଉଭୟପକ୍ଷ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଜମ୍ବେଶ୍ୱର ମଲ୍ଲିକଙ୍କ ଦୁଇ ଝିଅ ଗାୟତ୍ରୀ ମଲ୍ଲିକ ଓ ଇତିଶ୍ରୀ ମଲ୍ଲିକଙ୍କୁ ଥାନାକୁ ନେଇ ନିସ୍ତୁକ ମାଡ଼ ମାରିବା ସହ କୋର୍ଟଚାଲାଣ କରିଥିଲା। ପରେ ଉଭୟ ଜାମିନ୍‌ରେ ଆସିବା ପରେ ଘଟଣା ପଦାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe