ଆଶାକିରଣ ପକ୍ଷରୁ ଶିଶୁ ମହୋତ୍ସବ ଆରମ୍ଭ

Advertisment
ଆଶାକିରଣ ପକ୍ଷରୁ ଶିଶୁ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଶିଶୁ ଦିବସ ଉପଲକ୍ଷେ ଆଶାକିରଣ ଫାଉଣ୍ଡେସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ନେଇ ଗତକାଲିଠାରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ବ୍ଲଡ୍‌ କନେକ୍ଟ, ସ୍ଲଜୁସ ଓ ନବନିର୍ମାଣ ସ୍ୱଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ଆୟୋଜିତ ଏହିସବୁ କାର୍ଯ୍ୟକ୍ରମରେ ଶିଶୁମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି।

ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଜୟଦେବ ଭବନରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମରୁ ଦଶମ ଶ୍ରେଣୀର ପିଲାମାନେ ଭାଗ ନେଇଥିଲେ। ପ୍ରତିଯୋଗୀମାନେ ଜଳ ହିଁ ଜୀବନ, ପରିବେଶ ସୁରକ୍ଷା, ଗଛ ଲଗାଇବା, ସ୍ମାର୍ଟ ସିଟିର ଚିତ୍ର, ଗାଡ଼ି ମଟର ଦ୍ୱାରା ପରିବେଶ କିପରି ପ୍ରଦୂଷିତ ହେଉଛି ତାହାକୁ ଚିତ୍ର ମାଧ୍ୟମରେ ଚମତ୍କାର ଭାବେ ଫୁଟାଇଥିଲେ।

ସଂଧ୍ୟାରେ ଏକାମ୍ର ହାଟରେ କୁନି କୁନି ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହିସବୁ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଚିନ ମହାପାତ୍ର, ସୁଜାତା ବ୍ରହ୍ମା, ଆଶୀର୍ବାଦ ମହାନ୍ତି, ସି.ଏଚ ମୁରଲୀ, ସତ୍ୟଜିତ ଦାସ, ତାପସ ସେଠୀ ପ୍ରମୁଖ ସେହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe