ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ: ମଣ୍ଟୁ, ଅସୀମାଙ୍କ ଗୀତରେ ଝୁମିଲେ

ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତିଙ୍କୁ ଶିଶୁପାଳଗଡ଼ ସମ୍ମାନ

ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ: ମଣ୍ଟୁ, ଅସୀମାଙ୍କ ଗୀତରେ ଝୁମିଲେ

ପୁରୁଣା ଭୁବନେଶ୍ବର: ଶିଶୁପାଳଗଡ଼ ଐତିହାସିକ ଦଶହରା ପଡ଼ିଆରେ ଗୁରୁବାର ଶିଶୁପାଳଗଡ଼ ମହୋତ୍ସବ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ପ୍ରଥମ ଅର୍ଘ୍ୟ ବାଢ଼ିଥିଲେ ନୃତ୍ୟନିପୁଣା ଅନୁଷ୍ଠାନର କଳାକାରମାନେ। ‘ଗଣନାୟକ ପଞ୍ଚକମ୍‌କ୍’ରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପରେ ଚାରୁନର୍ତ୍ତନ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ‘ଦୁର୍ଗା’ ନୃତ୍ୟ ପରିବେଷିତ ହୋଇଥିଲା। ସଭା କାର୍ଯ୍ୟ ପରେ ଜ୍ୟୋତି କଳାମନ୍ଦିରର ପ୍ରତିଷ୍ଠାତା ଗୁରୁ ଜ୍ୟୋତି ରାଉତଙ୍କ ନିର୍ଦ୍ଦେଶନାରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ପରିବେଷଣ କରିଥି‌ଲେ। ପରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ କଣ୍ଠରେ ଫଗୁ ଫଗୁ ଏଇ ଆକାଶ ତଳେ..., ତୁ ମୋ ହିରୋ..., ମାୟାରେ ବାୟା..., ଲୈଲା ଓ ଲୈଲା..., ଓ ସମ୍ବଲପୁରୀ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ସମ୍ବଲପୁରୀ ବାବୁ..., ଦେଶୀ ପିଲା..., ଜିଗର ବାଲା..., ରିମ ଝିମ୍ ପାନି ସଂଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା।

କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ କବି ଡ. ହୁସେନ ରବି ଗାନ୍ଧୀ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟ, ଶିଶୁପାଳଗଡ଼ ସରପଞ୍ଚ ଇତିଶ୍ରୀ ସମନ୍ତରାୟ ଏବଂ ସମିତି ସଭ୍ୟା ରଶ୍ମିତା ଶ୍ରୀଚନ୍ଦନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତିଙ୍କୁ ଶିଶୁପାଳଗଡ଼ ସମ୍ମାନ-୨୦୨୦ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ମରଣିକା ‘ଶିଶୁପାଳଗଡ଼ ଦ ଲଷ୍ଟ ସିଟି’ ଉନ୍ମୋଚିତ ହୋଇଥିଲା। ଶେଷରେ କାପୋକର ସଂପାଦକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ବିଶ୍ୱଜିତ ବଳିଆରସିଂ ସଂଯୋଜନା କରିଥିଲେ। ସଦସ୍ୟ ଦିଲ୍ଲୀପ ନାୟକ, ରବୀନ୍ଦ୍ର ପାତ୍ର, ସୁବ୍ରତ ପାଇକରାୟ, ସୁବାସ ସୁନ୍ଦରାୟ, ରଶ୍ମିରଞ୍ଜନ ଶ୍ରୀଚନ୍ଦନ, ବାମଦେବ ଗଜେନ୍ଦ୍ର, ଲଲାଟ ସାହୁ, ମାନସ ରଥ, ପ୍ରଦୀପ ମହାନ୍ତି, ବିଶ୍ୱରଂଜନ ପାଇକରାୟ, ସବ୍ୟସାଚ୍ଚୀ ପାଇକରାୟ, ସମରଜିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe